Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ରାଶି ପାଇବାରୁ ବଞ୍ଚିତ ୬ ହଜାରରୁ ଉର୍ଦ୍ଧ୍ବ ଚାଷୀ ।

ଗୋପାଳପୁର : ରଙ୍ଗେଇଲୁଣ୍ଡା ଅନ୍ତର୍ଗତ ୩ ଗୋଟି ଗ୍ରାମ ପଞ୍ଚାୟତ କୋଲଥିଗାଁ, ଲଉଡିଗାଁ, ମେଣ୍ଡରାଜପୁର ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଚାଷୀଙ୍କ ଖରିଫ ଧାନ ଫସଲ ଗତ ୨୦୨୧-୨୨ ରେ ଲଘୁ ଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାରୁ ଚାଷୀ ବଞ୍ଚିତ ହୋଇ ରହିଥିବା ଅଭିଯୋଗ ହେବା ସହ ବାରମ୍ବାର ଜିଲ୍ଲା ପ୍ରଶାସନ ସହ କୃଷି ବିଭାଗକୁ ଅବଗତ କରାଯାଉଥିବା ସତ୍ତ୍ୱେ ବିଭାଗ ପକ୍ଷରୁ ଉଦାସୀନତା ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ ରେ ଆଜି ମେଣ୍ଢରାଜପୁର ଠାରେ ଚାଷୀ ନେତା ରମେଶ କର ଙ୍କ ନେତୃତ୍ବରେ ଚାଷୀ ସମାବେଶ ଅନୁଷ୍ଠିତ ହେବା ସହ ଏହା ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ କୁ କ୍ଷତିଗ୍ରସ୍ତ ଚାଷୀଙ୍କ ପକ୍ଷରୁ ଚିଠି ଲେଖିଲା ପରେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।ଏହି‌ବୈଠକରେ ସମାଜ ବିଜ୍ଞାନୀ ଏବଂ ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ଉପସ୍ଥିତ ରହିବା ସହ ଚାଷୀ ଙ୍କ ହକ ପାଇଁ ସେ ସହଯୋଗ କରିବେ ବୋଲି ସମ୍ମତି ଦେଇଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ରବୀନ୍ଦ୍ରଙ୍କ ପିଟିସନ ଜରିଆରେ ଗଞ୍ଜାମ ଜିଲ୍ଲା, ବରଗଡ଼ ଅଞ୍ଚଳର ବହୁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର ସୁଫଳ ପାଇ ପାରିଥିଲେ। ଆଜିର ଏହି ଦାବି ନେଇ ରବୀନ୍ଦ୍ର ମିଶ୍ରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାବି ଜଣାଇବା ସହ ଆଗାମୀ ଦିନରେ ଜାତୀୟ ମାନବାଧିକାର କମିଶନଙ୍କୁ ବୀମା କମ୍ପାନୀ ବିରୁଦ୍ଧରେ ଏକ ପିଟିସନ ଫାଇଲ କରିବାପାଇଁ ସ୍ଥିର କରାଯିବା ସହ କ୍ଷତିପୂରଣ ପାଇବାରୁ ବଞ୍ଚିତ ରହିଥିବା ଚାଷୀମାନେ ଆଗାମୀ ଦିନରେ ରବୀନ୍ଦ୍ରଙ୍କ ନେତୃତ୍ୱରେ ଆର. ଡି. ସି ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories