କାରଖାନା ସକାଶେ ଅଣ୍ଟା ଭିଡ଼ିଲେ ନେତା ଓ ଜନତା, ବେଦାନ୍ତ କୁ କଲେ ବିରୋଧ #Vedanta

ଲକ୍ଷ୍ମୀପୁର ୧୨/୦୯ …ରାଜ୍ୟ ସରକାର ଙ୍କ ବିରୋଧରେ ଗର୍ଜିଲେ ଅଂଚଳ ର ଦଳୀୟ ନେତା ଓ ସାଧାରଣ ଜନତା, ଏଥିରେ ବିଜେପି ର କିଛି ଜିଲ୍ଲା ସ୍ତରୀୟ ନେତା ମଧ୍ୟ ସାମିଲ ହୋଇଥିଲେ।ପ୍ରଥମେ ମାଟି ପାଇଁ ଓ ପରେ ପାର୍ଟି ପାଇଁ ବୋଲି ସୂଚାଇଥିଲେ… କିଛି ନେତା ଅନ୍ତର ରେ ନଥିଲେ ମଧ୍ୟ ଭିତିରିଆ ସମର୍ଥନ ଦେଇଛନ୍ତି.. ଅନ୍ୟ ପକ୍ଷ ରେ ସବୁ ଲୋକଦେଖାଣିଆ ରାଜନୀତି ବୋଲି ଜୋର ଧରିଛି ଚର୍ଚ୍ଚା…
ଗତ କିଛି ଦିନ ତଳେ ମୁଖ୍ୟ ମନ୍ତ୍ରୀ କୋରାପୁଟ ଗସ୍ତ ଅବସରରେ କଡୀଙ୍ଗା ମାଳି ର ବକ୍ସାଇଟ ଖଣି ୩ ମିଲିଆନ ଟନ ରୁ ୬ ମିଲିଆନ ଟନ କୁ ବୃଦ୍ଧି କରିବା ସକାଶେ କୁଆଡେ ପ୍ରକ୍ରିୟା ଚାଲୁଥିବା କୁହାଯିବା ପରେ ଏକତ୍ରିତ ହୋଇଛନ୍ତି ଅଂଚଳ ର ନେତା..।. ନେତା ଓ କିଛି ଜନତା କହିଛନ୍ତି ଅଂଚଳ ରେ ଏକ କାରଖାନା ତିଆରି ଚାଲିଛି, କାରଖାନା ସକାଶେ ବକ୍ସାଇଟ ର ଜରୁରୀ ରହିଛି ଯଦି ଜିଲ୍ଲା ରେ ହଉଥିବା କାରଖାନା ସକାଶେ ବକ୍ସାଇଟ ଗଛିତ ରଖା ନଯାଇ ଅନ୍ୟ ଏକ ଘରୋଇ କମ୍ପାନୀ କୁ ଟେକି ଦିଆଯାଏ ତାହେଲେ ଏଠି ଏଠାରେ ଆରମ୍ଭ ହେବାକୁଥିବା କାରଖାନା ଦୀର୍ଘ ମିଆଦି ଯୋଜନା ହେବା କଷ୍ଟ କର, ଏନେଇ ଗତ ସପ୍ତାହରେ ରାୟଗଡା ଓ କୋରାପୁଟ ଜିଲ୍ଲାପାଳ ଙ୍କୁ ସମାବେଶ ଓ ରାଲି କରିବା ସକାଶେ ସମସ୍ତ ଦଳ ର ନେତା ଓ ଅଂଚଳ ବାସି ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ, ଆଜି ରାଲି ଓ ସମାବେଶ କରାଯାଇ ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ଓଏମସି ପରିଚାଳକ ଙ୍କୁ ପ୍ରଦାନ କରାଯାଇଛି। ଏନେଇଁ ଆଜି ବିଧାୟକ ପବିତ୍ର ସାଉଁତା, ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକା,ପୂର୍ବତନ ସାଂସଦ ଝିନ ହିକକା, ପୂର୍ବତନ ବିଧାୟକ ପ୍ରଭୁ ଯାନୀ ଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ… କାରଖାନା ନାହିଁତ ଖଣି ନାହିଁ ବୋଲି ନେତା ମାନେ ପ୍ରକାଶ କରିଥିଲେ। ବିଧାୟକ ପବିତ୍ର ସାଉଁତା ଓ ଅନେକ ନେତା କାରଖାନା ପାଇଁ କହିଥିଲେ କି ବର୍ତ୍ତମାନ ଠାରୁ ୩ ମିଲିଆନ ଟନ ଖନନ ମଧ୍ୟ ବନ୍ଦ କରାଯାଉ ।କିଛି ନେତା ଙ୍କ ର ଆନ୍ତରିକତା ନଥିବା ସତ୍ୱେ ଆସୁଛନ୍ତି ବୋଲି ଅଞ୍ଚଳ ର ଅନେକ ଲୋକ ପ୍ରକାଶ କରୁଥିବା ବେଳେ ଭିତିରିଆ କାରବାର ଯୋଗୁଁ ଅଂଚଳ ରେ ଅଶାନ୍ତ ବଢୁଥିବା କହିଥିଲେ। ସମାବେଶ ରେ ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, କୁମୁଦ ସାଉଁନ୍ତା ,ଡଉଲ ଚୌଧରି, ରାଜେନ୍ଦ୍ର ଦୁରିଆ, ଅଗସ୍ତି ହଲବା, ବିପିନ ମାଣ୍ଡିଙ୍ଗା,ଦାମଧର ବିଡ଼ିକା, ଘନଶ୍ୟାମ ହଲବା,କ୍ଷେତ୍ର ହଲବା, ଶଙ୍କର ସାଉଁତା ଏବଂ ଜମିହରା ବିସ୍ଥାପିତ ଲୋକଙ୍କ ସମେତ ଶହ ଶହ ଲୋକେ ଉପସ୍ଥିତ ରହି ଥିଲେ।ବିଭିନ୍ନ ପ୍ଲାଏ କାର୍ଡ ଜରିଆରେ ବେଦାନ୍ତ କୁ କୁ ମଧ୍ୟ ବିରୋଧ କରାଯାଇଥିଲା।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଲକ୍ଷ୍ମୀପୁର ଏସଡିପିଓ ମନୋଜ ବେହେରା, ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, ନାରାୟଣପାଟଣା ଆଇଆଇସି ପ୍ରୋମଦ ନାୟକ ଙ୍କ ନେତୃତ୍ୱରେ ୪ପ୍ଲାଟୁନ ପୋଲିସ ଉପସ୍ଥିତ ରହି ଥିଲେ।ସେହିପରି ସର୍ବଦଳୀୟ କେତେକ ନେତାଙ୍କ ଦେଖା ମିଳିନ ଥିଲା।ତେବେ ଦେଖିବାକୁ ରହିଲା କେବେ ଖଣି ଖନନ ବନ୍ଦ ହେଉଛି ନା ଭିତିରିଆ ଡ଼ିଲିଙ୍ଗ କରାଯାଇ ପୁଣି ଖଣି ଖନନ ଚାଲୁ ରହୁଛି ତାହାକୁ ସାଧାରଣ ଜନତାଙ୍କ ଅପେକ୍ଷା।