Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ନ୍ୟାୟାଳୟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିର (13/09): ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ପରିସର ସହ ସମସ୍ତ ତାଲୁକ ସ୍ତରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଜିଲ୍ଲା ନ୍ୟାୟାଧିଶ ଡା. ପବିତ୍ର ମୋହନ ସାମଲଙ୍କ ନେତୃତ୍ୱରେ ବିଭିନ୍ନ କୋର୍ଟରେ ମାମଲାର ମିଳିତ ସମାଧାନ ହୋଇଥିଲା। ଏଥିରେ ୯୨୪୧ ମକଦ୍ଧମାର ଫଇସଲା ହୋଇ, ମୋଟ ଟଙ୍କା ୪ କୋଟି ୪୩ ଲକ୍ଷରୁ ଅଧିକ ରାଶି ମିଳିତ ସମାଧାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗ, ଅଧିବକ୍ତା ଓ ସରକାରୀ ଅଧିକାରୀମାନେ ସହଭାଗୀ ହୋଇଥିଲେ।