Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ ପ୍ରତିବାଦରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବିଶାଲପାଲି ଗ୍ରାମ୍ୟ ଜଙ୍ଗଲକୁ କିଛି ଲୋକ ଜବର ଦଖଲ କରିବା ସହ ବହୁ ମୁଲ୍ୟବାନ ଗଛ କାଟି ଚାଷଜମି ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ ରେ ବିଶାଲପାଲି ଗ୍ରାମବାସୀ ତହସିଲଦାର ଙ୍କୁ ଭେଟି ଏହାର ପ୍ରତିବାଦ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।
ଅଭିଯୋଗ ମତେ ବୀରମହାରାଜପୁର ତହସିଲ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡୁଙ୍ଗୁରୀ ଓ ବିଶାଲପାଲି ମଝିରେ ପ୍ରାୟ ଏକ ଶହ ଏକର ର ଜଙ୍ଗଲ ଜମି ରହିଛି । ସେଠାରେ ଉଭୟ ଗ୍ରାମର ଗାଈ ଗୋରୁ ଚରିବା ସହିତ କେନ୍ଦୁପତ୍ର ତୋଳାଳିମାନେ କେନ୍ଦୁପତ୍ର ତୋଳି ଜିବିକା ନିର୍ବାହ କରିଥାନ୍ତି। ଉକ୍ତ ଜଙ୍ଗଲ ଜମିର ସୁରକ୍ଷା ପାଇଁ ୨୦୧୧/୧୨ରେ ବନ ବିଭାଗ ବିଶାଲପାଲି ଗ୍ରାମବାସୀ ଙ୍କୁ ଦାୟୀତ୍ବ ଦେଇଥିଲେ । ଫଳରେ ବନବିଭାଗର ସହାୟତା କ୍ରମେ ଗ୍ରାମବାସୀ ଉକ୍ତ ଜଙ୍ଗଲରେ ମୂଲ୍ୟବାନ ଗଛ ମଧ୍ୟ ଲଗାଇ ଦୀର୍ଘଦିନ ଧରି ଏହାର ରକ୍ଷଣା ବେକ୍ଷଣ କରୁଥିଲେ । ମାତ୍ର ଏବେ କିଛିଲୋକ ଉକ୍ତ ଜଙ୍ଗଲ କୁ ସଫାକରି ସେଠାରେ ଚାଷ ଜମି କରି ହଡପ କରୁଥିବା ତହସିଲଦାର ଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ।ଏନେଇ ଗ୍ରାମବାସୀ ବିଭିନ୍ନ ସମୟରେ ବିଭିନ୍ନ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ଜବର ଦଖଲ ହଟିବା ପରିବର୍ତ୍ତେ ବଢ଼ି ବଢି ଚାଲିଥିବା ଅଭିଯୋଗ କରି ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଗ୍ରାମବାସୀ ବୀରମହାରାଜପୁର ତହସିଲ କାର୍ଯ୍ୟାଲୟ ଘେରାଉ କରିଥିଲେ । ଉକ୍ତ ଜଙ୍ଗଲ ଜମିରୁ ତୁରନ୍ତ ଜବର ଦଖଲ ଉଚ୍ଛେଦ ନ ହେଲେ ଆଗକୁ ତିବ୍ର ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀ ଚେତାବନି ଦେଇଛନ୍ତି । ଏନେଇ ବୀରମହାରାଜପୁର ତହସିଲଦାର ବିବୁଧ ଗଡନାୟକ ଙ୍କୁ ଯୋଗାଯୋଗ କରିବାରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories