Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସୁଦ ପଡା କଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋଟର ଚାଳକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗୀର:ଆଜି ବଲାଙ୍ଗୀର ସୁଦପଡା କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋଟର ଚାଳକ ସଂଘ, ବଲାଙ୍ଗୀର ଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭବ୍ୟ ଭାବେ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସଦସ୍ୟମାନେ ଯୋଗଦେଇ, ମୋଟର ଚାଳକଙ୍କ ଦୀର୍ଘଦିନିଆ ଦାବି, କାର୍ଯ୍ୟ ପରିସ୍ଥିତି, ରାସ୍ତା ସୁରକ୍ଷା, ଓ ସମ୍ମାନ ସୁବିଧା ନେଇ ଆଲୋଚନା କରିଥିଲେ। ସଂଘର ଏହି ବୈଠକରେ ବଲାଙ୍ଗୀର ପୌରାଧକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଚାଳକମାନେ ସମାଜର ଅବିଭାଜ୍ୟ ଅଂଶ ବୋଲି କହିଥିଲେ। ସେଥିପାଇଁ ସେମାନଙ୍କ ସୁବିଧା, ସୁରକ୍ଷା ଓ ସମସ୍ୟା ନିରାକରଣରେ ସମସ୍ତଙ୍କୁ ଏଗିଆସିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅନେକ ପଦାଧିକାରୀ, ସଦସ୍ୟ ଓ ସ୍ଥାନୀୟ ଅତିଥିମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ