ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ପକ୍ଷ ମହାସମାରୋହ ପାଳିତ

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ପକ୍ଷ ମହାସମାରୋହ ଉତ୍ସାହର ସହ ପାଳିତ ହୋଇଗଲା । ସ୍କୁଲ ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତରେ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅଥିତି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ପୂର୍ବତନ ପ୍ରଧାନଶିକ୍ଷକ ମନୋରଂଜନ ସାହୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ହିନ୍ଦୀର ପ୍ରଚାର ପ୍ରସାରର ଗୁରୁତ୍ୱ ଉପରେ ଅଭିଭାଷଣ ରଖିଥିଲେ । ସହଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ ହିନ୍ଦୀ ପକ୍ଷର ତାତ୍ପର୍ଯ୍ୟ ଉଲ୍ଲେଖ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ଧନ୍ୟବାଦ ଜଣାଇଥିଲେ ।