Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ଶରତ ପରିଡା

ଅସ୍ତରଙ୍ଗ (୧୪/୦୯) ଓଡ଼ିଶା କର୍ମଜୀବି ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ଓ ଅସ୍ତରଙ୍ଗ ପ୍ରେସ୍ କ୍ଲବ୍ ର ସଭାପତି ଶରତ ପରିଡ଼ା ଙ୍କ ୪୫ ତମ ଜନ୍ମବାର୍ଷିକୀ ଅବସରରେ ସୁରେନ୍ଦ୍ର ନାଥ ନାୟକ ସ୍ମୃତି ସମ୍ମାନ ରେ ସମ୍ବର୍ଦ୍ଧିତ କରିଛନ୍ତି ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ।ନିଜ ବାସଭବନ ଠାରେ ଆୟୋଜିତ ଜନ୍ମ ବାର୍ଷିକୀରେ ସମାଜସେବୀ, ଶିକ୍ଷାବିତ, ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,ବିଶ୍ବଶ୍ରୀ ବିଶ୍ବରଞ୍ଜନ, ଆଦିତ୍ୟ ରାଉତ, ଅକ୍ଷୟ ପ୍ରସାଦ ମହାନ୍ତି,ସମୀର କର, ପ୍ରିୟବ୍ରତ ମୁଦୁଲି, ବୃନ୍ଦାବନ ବିଶ୍ବାଳ, ରାମଚନ୍ଦ୍ର ନାୟକ, ସାମାଜିକ ଗଣମାଧ୍ୟମର ସଂଯୋଜକ ଅଲେଖ ବିଶ୍ଵାଳ, ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ସଭାପତି ଙ୍କ ଉତ୍ତରୋତ୍ତର କାମନା କରିଥିଲେ। ମାମୁନ,ପାପୁନ,ଓମ୍ ଙ୍କ ସହ ସପରିବାର ଉପସ୍ଥିତ ରହି କେକ କାଟିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ