Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

ଗୋପାଳପୁର,୧୫/୦୯
ରଙ୍ଗେଇଲୁଣ୍ଡା ଠାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ନାମ ଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ଦାସ ଅଧ୍ୟକ୍ଷତା କରିବା ସହ ନୂତନ ଭାବେ ନାମ ଲେଖାଇଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟଜିତ ଭୂୟାଁ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ , ସହଯୋଗୀ ପ୍ରଧ୍ୟାପକ ଡ଼ ସୁଶାନ୍ତ କୁମାର ପାତ୍ର ଶୃଙ୍ଖଳା ଓ ନିୟମାବଳୀ ବିଷୟରେ ଆଲୋକପାତ କରିଥିଲେ। ସହକାରୀ ପ୍ରଧ୍ୟାପକ ଡ଼ ମନୋଜ କୁମାର ତ୍ରିପାଠୀ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ବିଭିନ୍ନ ବିଭାଗରେ ଥିବା ନିଯୁକ୍ତି ର ସୁଯୋଗ ବିଷୟରେ ରେ ମତପୋଷଣ କରିଥିଲେ,ଓ ଡ଼ ବୃନ୍ଦାବନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।ସଭାକୁ ସହଯୋଗୀ ପ୍ରଧାପିକା ଡ଼ ଧରିତ୍ରୀ ସାହୁ ପରିଚାଳନା କରିଥିବା ବେଳେ ଅତିଥି ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ସାହୁ,ଅଭିନନ୍ଦା ଜେନା ପ୍ରମୁଖ ସହଯୋଗ କରିଥିଲେ।ଏହା ସହ ସଭା ପ୍ରାରମ୍ଭରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଭାସି ମାଧ୍ୟମରେ ଓଡ଼ିଶାରେ ରହିଥିବା ବିଭିନ୍ନ ମହାବିଦ୍ୟାଳୟ ରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ ପ୍ରଦାନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ ଜଣାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories