Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ।ଓଡ଼ିଶାରେ ଜଣେ ମଧ୍ୟ ଭୂମିହୀନ ରହିବେ ନାହିଁ -ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଗୋପାଳପୁର,୧୫/୦୯
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ତହସିଲ ପକ୍ଷରୁ ଆଜି ଭୂମିହୀନ ବ୍ୟକ୍ତି ବିଶେଷ ଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଲୋକଙ୍କ ସରକାର ରେ ଓଡ଼ିଶାରେ ଜଣେ ମଧ୍ୟ ଭୂମିହୀନ ରହିବେ ନାହିଁ ବୋଲି ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାହାକୁ ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରାଯାଇଛି ବୋଲି ମତପୋଷଣ କରିବା ସହ ଭୂମିହୀନ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଜମି ପଟ୍ଟା ହେଉଛି ଗୋଟିଏ ପରିବାରର ପରିଚୟ ଏଣୁ ମୋହନ ସରକାର ଅମଳରେ ରାଜ୍ୟ ରେ ସମସ୍ତ ଭୂମିହୀନଙ୍କୁ ପଟା ପ୍ରଦାନ କରି ସେମାନଙ୍କୁ ସେମାନଙ୍କ ପରିଚୟ ପ୍ରଦାନ କରିବାକୁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖାଯାଇଛି ବୋଲି ମତପୋଷଣ କରିଥିଲେ।ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୮୨ ଜଣଙ୍କୁ ଗ୍ରାମକଣ୍ଟକ ପଟ୍ଟା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ୨୫୦୦ ରୁ ଅଧିକ ପରିବାର କୁ ଗ୍ରାମକଣ୍ଟକ ପଟ୍ଟା ପ୍ରଦାନ କରାଯାଇଛି। ଏହା ସହ ୮୮୩ ଜଣଙ୍କୁ ଉତ୍ତରାଧିକାରୀ ପରିବର୍ତ୍ତନ ପଟ୍ଟା ଏବଂ ବସୁନ୍ଧରା ଯୋଜନାରେ ୫ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ହିତାଧିକାରୀ ମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories