Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ମା ପାଇଁ ଗଛ ଟିଏ-୨.୦ ଅଭିଯାନରେ ଦୁଇ ହଜାର ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ।ଖଣି ଏବଂ ରାଜସ୍ବ ମନ୍ତ୍ରୀ ଯୋଗଦେଇ ବୃକ୍ଷରୋପଣ ର ଶୁଭାରମ୍ଭ କଲେ।

ଗୋପାଳପୁର,୧୫/୦୯
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ପକ୍ଷରୁ ସାତ ଦିନିଆ ସ୍ବତନ୍ତ୍ର ଶିବିର ମାଧ୍ୟମରେ ଆଜି ବୃହତ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚାରା ରୋପଣ କରି ମା ପାଇଁ ଗଛ ଟିଏ-୨.୦ ଅଭିଯାନର ଶୁଭାରମ୍ଭ କରିଥିଲେ। ଏଥିରେ ବାଣିଜ୍ୟ ଓ ପରିବହନ ତଥା ଷ୍ଟିଲ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଚାରା ରୋପଣ କରି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ମଜବୁତ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଲୋକସଭା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଛାତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ବତି ରାମ ଚନ୍ଦ୍ର ପଣ୍ଡା, ଛାତ୍ରନେତା ସୋମନାଥ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ। ମନ୍ତ୍ରୀ ସୁରେଶ ପୂଜାରୀ ଓ ବିଭୂତି ଭୂଷଣ ଜେନା ଗୋଟିଏ ଲେଖାଏଁ ବଉଳ ଗଛ ଲଗାଇ ବୃକ୍ଷ ରୋପଣ ଅଭିଯାନକୁ ଆରମ୍ଭ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପୌରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ବିଭାଗ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସହ କୁଳସଚିବ ବାବୁଜୀ ସାମଲଙ୍କ ସହ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। କୁଳପତିଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ବବିଦ୍ୟାଳୟର ଏନଏସଏସର ତିନୋଟି ୟୁନିଟ୍ ପକ୍ଷରୁ ସ୍ବତନ୍ତ୍ର ଶିବିର ମାଧ୍ୟମରେ କ୍ୟାମ୍ପସ ପରିସରକୁ ସୁବଜ ସୁନ୍ଦର କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହି ସାତ ଦିନିଆ ସ୍ବତନ୍ତ୍ର ଶିବିରରେ ସ୍ବେଚ୍ଛାସେବୀମାନେ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ଦୁଇ ହଜାର ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାସହ ପ୍ରତ୍ୟେକ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଗଛକୁ ପୋଷ୍ୟ ଗଛ ଭାବରେ ଗ୍ରହଣ କରିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ବୃକ୍ଷରୋପଣ ଅଭିଯାନରେ କ୍ୟାମ୍ପସ ପରିସରରେ ବିଭିନ୍ନ କିସମର ଫଳ ଓ ଫୁଲ ଗଛ ଲଗାଇବା ପାଇଁ ଯୋଜନା ରଖାଯାଇଛି। ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏନଏସଏସର 3 ଶହ ସ୍ବେଚ୍ଛାସେବୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବେଚ୍ଛାସେବୀ ବନମାଳୀ ପ୍ରଧାନ, ବିଶ୍ବବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ଡକ୍ଟର ଶଂକରର୍ଷଣ ମଲ୍ଲିକ ଓ ଡକ୍ଟର ପଦ୍ମଲୋଚନ ହେମ୍ବ୍ରମଙ୍କୁ ଉପଢୌକନ ଓ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଏନଏସଏସ ସ୍ବେଚ୍ଛାସେବୀ ସ୍ବସ୍ତୀ ସୁନ୍ଦର ସୀଅ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଚର ଶଂଙ୍କରର୍ଷଣ ମଲ୍ଲିକ, ଡକ୍ଟର ଭାଗ୍ୟଶ୍ରୀ ରଥ, ଡକ୍ଚର ଚନ୍ଦ୍ରିକ ଦାସ ପ୍ରମୂଖ ସହଯୋଗ କରିଥିଲେ। ୧୫ ଦିନିଆ ସେବା ପକ୍ଷରେ ଏନଏସଏସ ବ୍ୟୁରୋ ପକ୍ଷରୁ ଚାରା ରୋପଣ ଅଭିଯାନ ସହ ସେପ୍ଟେମ୍ବର ୧୭ ତାରିଖରେ ମେଗା ରକ୍ତଦାନ ଶିବିର, ୨୦ ତାରିଖରେ ଗୋପାଳପୁର ଠାରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ କାର୍ଯ୍ୟକ୍ରମ ଏବଂ ୨୪ ତାରିଖରେ ଏନଏସଏସ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯୋଜନା କରାଯାଇଛି।