Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସିରେ କାଉନସିଲ ବୈଠକ,

ଗୋପାଳପୁର ୧୫/୯
ଗୋପାଳପୁର ଏନ ଏ ସିରେ ଆଜି ଅଧକ୍ଷ ଏ.ଜାନକୀ ରାମଙ୍କ ଅଧକ୍ଷତାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ,କନିଷ୍ଠ ଯନ୍ତ୍ରୀ ମନଜିତା ରଥ,ଉପାଧକ୍ଷା ବି.ଉମା,ପରିବହନ ମନ୍ତ୍ରୀ ଙ୍କ ପ୍ରତିନିଧି ପଞ୍ଚୁ ବେହେରା,ବ୍ରହ୍ମପୁର ସାଂସଦ ପ୍ରତିନିଧି ଇ.ଲୋକନାଥଙ୍କ ସମେତ କାଉନସିଲ ଓ କର୍ମଚାରୀ ଉପସ୍ଥିତ ଥିଲେ l ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ ହୋଇଥିଲା l ପ୍ରତ୍ୟେକ ୱାର୍ଡ଼ରେ ନିୟମିତ ସଫା ସୁତରା,ମୁକୁଳା ଡ୍ରେନରେ ପ୍ଲେଟ ନିର୍ମାଣ,ଖାଲଖମା ରାସ୍ତାର ମରାମତି, ଆଲୋକୀ କରଣ, ଅଞ୍ଚଳ ବାସୀ ଙ୍କୁ ପାନୀୟ ଜଳ ଯୋଗାଣ,ଶୌଚାଳୟ ର ରକ୍ଷଣାବେକ୍ଷଣ ସହ ନିୟମିତ ଖୋଲିବା,ଆଗାମୀ ବୈଠକ ସମସ୍ତ ଲାଇନ ବିଭାଗର ବିଭାଗୟ ଅଧିକାରୀ ଉପସ୍ଥିତ ରହିବା,ଗୋପାଳପୁର ଏନ ଏ ସି ଏରିଆ ପରିସରରେ ଥିବା ବିଡିଏ ରେ ଦ୍ବାରା ପରିଚାଳିତ ଥିବା ସମସ୍ତ ପ୍ରକଳ୍ପକୁ ଏନ ଏ ସି ହସ୍ତାନ୍ତର କରିବା, ସାହି ମାନଙ୍କରେ ବିଶୁଦ୍ଧ ପାନୀୟ ଜଳର ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ,ଲିଜ ଦିଆଯାଇଥିବା ଦୋକାନ ଗୃହକୁ ଖୋଲିବା ଆଦି ଉପରେ ପ୍ରସ୍ତାବ ଉପରେ ଆଲୋଚନା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା l ଏବଂ ଲିଜ ନେଇଥିବା ଦୋକାନୀ ସେମାନଙ୍କ ଦୋକାନ ଗୃହ ନଖୋଲିଲେ ଏନ ଏ ସି ସେଗୁଡ଼ିକୁ ହସ୍ତାନ୍ତର କରିଵା ଉପରେ ଆଲୋଚନା ଉପରେ ପ୍ରସ୍ତାବ ଦିଆଯାଇଥିଲା l ଏ ନେଇ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀଙ୍କ ସହ ଯୋଗାଯୋଗ ବେଳେ ବେଳାଭୂମିକୁ ଆଲୋକୀ କରଣ କରିବା,ଷ୍ଟ୍ରିଟ ଲାଇଟ ଲଗାଇବା ସହ ଆଲୋଚନା ହୋଇଥିବା ବିଭିନ୍ନ ପ୍ରସ୍ତାବ କୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି l

More Stories