Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ଏନ ଏସ ଏସର ପକ୍ଷରୁ ପୂଜାକାଳିନ ସ୍ୱତନ୍ତ୍ର ଶିବିର ଉଦଘାଟନ

ଗୋପାଳପୁର ୧୬/୦୯
ଗୋପାଳପୁର କଲେଜରେ ଆଜି ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଅଧ୍ୟକ ଡ଼ ରାମ ପ୍ରସାଦ ପଣ୍ଡା ସଭାପତିତ୍ବରେ ଉଦଘାଟନ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏନ ଏସ ଏସ ସଂଯୋଜକ ଡ଼.ଜୟନ୍ତ କୁମାର ପଣ୍ଡା ଯୋଗ ଦେଇ ଜାତୀୟ ସେବା ଯୋଜନା କଣ ଏବଂ ତାର ଆଭିମୁଖ୍ୟ ବିଷୟରେ ସ୍ବେଛାସେବୀଙ୍କୁ ବୁଝାଇ ଥିଲେ। ତାହାସହ ଜାତୀୟ ସେବା ଯୋଜନା ଦ୍ୱାରା ସ୍ବେଛାସେବୀ ମାନଙ୍କ ଦକ୍ଷତା ଓ ଚରିତ୍ର ଗଠନ ହୋଇଥାଏ ଏବଂ ଚାରା ରୋପଣ କରିବା ସହ ଗୋଟିଏ ଗଛକୁ ପୋଷ୍ୟ ଗ୍ରହଣ କରି ରକ୍ଷଣ ବେକ୍ଷଣ କରିବାକୁ କହିଥିଲେ l ସମ୍ମାନିତ ଅତିଥି ଭାବେ ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚୁ ବେହେରା,ବକ୍ସିପଲ୍ଲୀ ସରପଞ୍ଚ ଏ. ନାରସୁମୁଲୁ,ରଙ୍ଗେଈଲୁଣ୍ଡା ବ୍ଲକ ର ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ ଅଧିକାରୀ ଐଶ୍ୱରୀୟା ପଣ୍ଡା ଯୋଗ ଦେଇ ଏହି ସେବା ଯୋଜନା କିପରି ଭାବେ ଆହୁରି ସେବା ଯୋଗେଇ ଦେଇପାରିବ ଏବଂ ଛାତ୍ରଛାତ୍ରୀଙ୍କ ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। ଏନ୍ଏସଏସ ବାଳିକା ୟୁନିଟ ୩ ର ସେବା ଅଧିକାରୀ ସରିତା କୁମାରୀ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବାଳକ ୟୁନିଟ ଏକକ ସେବା ଯୋଜନାର ଅଧିକାରୀ ଆକାଶ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଏନଏସଏସ ବ୍ୟୁରୋ ଡିଇଓ ଚିରନଜିବ ବାଡତୀୟା, ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories