Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର,ଛାତ୍ରୀ ହଷ୍ଟେଲ ଫି ବୁଦ୍ଧିକୁ ନେଇ ଅସନ୍ତୋଷ,ପିଜି କାଉନସିଲ ଅଧକ୍ଷକୁ ଦାବି ପତ୍ର ପ୍ରଦାନ

ସମ୍ବଲପୁର’ହଷ୍ଟେଲ ଫି ପ୍ରତ୍ୟାହର କରିବା ନେଇ ଗତମାସରେ କୁଳପତିଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ l ତାହାରି କିଛି ସମାଧାନ ହୋଇନଥିବା ବେଳେ ସୋମବାର ହଷ୍ଟେଲ ଆଡ଼ମିସନ ପାଇଁ ପୂର୍ବ ଭଳି ନୋଟିସ ଜାରି ହୋଇଥିଲା l କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ହଷ୍ଟେଲ ଫି କୁ ବୃଦ୍ଧି କରାଯାଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କୁ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉନଥିବା ବିଶେଷ କରି ଉତ୍ତମ ଖାଦ୍ୟ, ହଷ୍ଟେଲ ସଫେଇ, ହଷ୍ଟେଲ ଛାତର ପଲସ୍ତର ଖସିବା,ବିଦ୍ୟୁତ ତାର ଠିକ ନଥିବା,କମନ ରୁମ ର ଅଭାବ,ଜିମ ଆଦି ପରିଚାଳନା ହେଉନଥିବା ବେଳେ ଫି ଆଦାୟ ହୋଉଛି । ଯାହାକୁ କମାଇବା ନିମନ୍ତେ ବିଦ୍ୟାର୍ଥୀ ମାନେ ଆଜି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ ତ୍ରିପାଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହା ସହ ହଷ୍ଟେଲ ରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବା,ଗୋଟିଏ ରୁମ ରେ ୩ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ରହିବା ଏବଂ ଅନ୍ୟ ବିଶ୍ଵବିଦ୍ୟାଳୟରେ ହଷ୍ଟେଲ ଫିସ କମ୍ ରହିଥିବା ବେଳେ ଅପେକ୍ଷା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଅଧିକ ଫିସ ଆଦାୟ କରାଯାଉଥିବା ଅଭିଯୋଗ କରାଯାଇଛି।l ଏହାକୁ ବିରୋଧ କରି ଆଜି ଶତାଧିକ ଛାତ୍ର,ଛାତ୍ରୀ ଏକ ଦାବି ପତ୍ର କୁଳପତି ଗୀତାଞ୍ଜଳି ଦାଶ ଙ୍କ ଉଦେଶ୍ୟ ରେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଙ୍କୁ ପ୍ରଦାନ କରିଛନ୍ତି l ଏ ନେଇ ପିଜି କାଉନସିଲ ଅଧକ୍ଷଙ୍କ ସହ ଯୋଗାଯୋଗ ବେଳେ ଛାତ୍ର,ଛାତ୍ରୀ ଙ୍କ ଅଭିଯୋଗ କ୍ରମେ ଆଜି ପ୍ରତ୍ୟେକ ହଷ୍ଟେଲ ଦାୟିତ୍ୱ ରେ ଥିବା ଅଧିକାରୀ ଓ ସମସ୍ତ ହଷ୍ଟେଲ ଅନ୍ତଃବାସୀ ପ୍ରତିନିଧି ଙ୍କ ସହ ଆଲୋଚନା ହୋଇଥିଲା l ଅପରାହ୍ନରେ ଅଧକ୍ଷ ଓ ସମସ୍ତ ହଷ୍ଟେଲ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ପ୍ରତ୍ୟେକ ହଷ୍ଟେଲ ବୁଲି ଅନ୍ତଃବାସୀଙ୍କ ସହ ସମସ୍ୟା ବୁଝିଥିଲେ l ରହିଥିବା ସମସ୍ୟା କୁ ତୁରନ୍ତ ସମାଧାନ କରାଯିବ l ହଷ୍ଟେଲ ଛାତ୍ର,ଛାତ୍ରୀ ଙ୍କ ମୁଖ୍ୟ ଫି କୁ ନେଇ ଯାହା ଦାବି ରହିଛି ତାହାକୁ କମିଟି ରେ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି l ଦାବିପତ୍ର ପ୍ରଦାନ ବେଳେ ଛାତ୍ରନେତା ଇଜୁ ଆମିନ ଖାନ, ବାଲ୍ମୀକି ସେଠୀ , ସୁଦର୍ଶନ ମଲ୍ଲିକ, ମନିଷା କହଁର, ଗୋବିନ୍ଦ ତ୍ରିପାଠୀ , ସିପୁନ ପ୍ରଧାନ, ବିଭୁ ପ୍ରସାଦ, ଶବାନୀ ପାଢ଼ୀ , ଏନ୍ କାମରଜୁ ପାତ୍ର , ପପୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories