Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କୁ ନେଇ ସଭାସ୍ଥଳୀ ଚିହ୍ନଟ ସହ ତଦାରଖ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ଗୋପାଳପୁର: ଚଳିତ ମାସ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି l ତାହାକୁ ନଜରରେ ରଖି ସଭା କାର୍ଯ୍ୟକ୍ରମ ପାଇଁ ଆଜି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାଷନ,ଦକ୍ଷିଣାଞ୍ଚଳ ଆଇ.ଜି ନିତି ଶେଖର,ଗୋଇନ୍ଦା ବିଭାଗର ଅତିରିକ୍ତ ଡିଜି,ଅତିରିକ୍ତ ଡିଜି ସଞ୍ଜୟ କୁମାର,ବ୍ରହ୍ମପୁର ଏସ.ପି,ଡ଼.ଶ୍ରାବଣା ବିବେକ ଏମ, ବ୍ରହ୍ମପୁର ବି ଏମ ସି କମିସନର ପ୍ରଥମେସ ଅରବିନ୍ଦ ରାଜସିର୍କ,ରଙ୍ଗେଈଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ,କନିସି ତସିଲଦାର କବିରାଜ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ରଙ୍ଗେଈଲୁଣ୍ଡା ବିମାନ ବନ୍ଦର ରେ ପହଁଚି ସଭାସ୍ଥଳ ଚିହ୍ନଟ ସହ ତଦାରଖ କରିଥିଲେ l ଏ ନେଇ ମନ୍ତ୍ରୀ ଙ୍କ ସହ ଯୋଗାଯୋଗ ବେଳେ ଗଞ୍ଜାମ କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବାରୁ ଏଠାରେ ସଭା ସ୍ଥଳ,ପାର୍କିଂ,ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା ଆଦି ସହ ପ୍ରାୟ ୩ ଲକ୍ଷ୍ୟ ରୁ ଊର୍ଧ ସମାଗମ ରହିଛି l ସେମାନଙ୍କ ସୁ ବ୍ୟବସ୍ଥା ସହ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେ ନେଇ ଆଲୋଚନା ହୋଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories