ଏ ସି ମୋ ବସ ଚଲାଇ ବାକୁ ଦାବି l

ଅସ୍ତରଙ୍ଗ ୧୯/୯,,ବଦଳିଛି ସରକାର ବଢ଼ିଚି ସାଧାରଣ ଲୋକଙ୍କ ଦୁର୍ଦଶା। ପୂର୍ବ ସରକାର ଜନସାଧାରଣ କିପରି ସୁବିଧାରେ ଏବଂ କମ ଭଡାରେ ପୁରୀ କୁ ଯିବା ଆସିବା କରିପାରିବେ ସେଥିପାଇଁ ୨୦୨୪ମସିହା ମାର୍ଚ୍ଚ ୧୭ତାରିଖରେ ଓଡି ୧୩ୟୁ ୯୦୧୯ ନମ୍ବର ଥିବା ସାରାକରୀ ଏସି ବସ ଚଲେଇଥିଲେ ଯାହାର ଭଡା ଜଣପିଛା ଥିଲା ୧୦ଟଙ୍କା, କିନ୍ତୁ ନୂତନ ସରକାର କ୍ଷମତା କୁ ଆସିବା ପରେ ସେହି ବର୍ଷ ଜୁଲାଇ ୨୪ତାରିଖ ରେ ହଠାତ ବନ୍ଦ କରିଦେଲେ ଯାହା ପୁରୀ ଯାତ୍ରୀଙ୍କ ମନରେ ଏକ ଶକ୍ତ ଧକ୍କା ଦେଇଥିଲା। ପୁରୀ ଶ୍ରୀମନ୍ଦିର,ଜିଲ୍ଲା କୋର୍ଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏସିଏସ କଲେଜ, ଆଇଟିଆଇ କଲେଜ, ସଂସ୍କୃତ ବିଶ୍ୱବିଦ୍ୟାଳୟ ଥିବାରୁ ଏହି ବସ ର ସୁବିଧା ସମସ୍ତେ ପାଉଥିଲେ।ଜନସାଧାରଣଙ୍କ ଅସୁବିଧା କୁ ଦୃଷ୍ଟି ରେ ରଖି ୧୫/୯/୨୫ତାରିଖ ରେ ଅସ୍ତରଙ୍ଗ ବ୍ଲକ ର କିଛି ନିର୍ବାଚିତ ପ୍ରତିନିଧି ରାମଚନ୍ଦ୍ର କାଣ୍ଡି, ବୃନ୍ଦାବନ ନାୟକ, ଜିତେନ୍ଦ୍ର ସ୍ୱାଇଁ, କ୍ଷୀରୋଦ କାଣ୍ଡି, ଦିପକ ପରିଡା, ରାମ ଚନ୍ଦ୍ର ନାୟକ, ଦୁର୍ଯୟ ମିଶ୍ର, ଶ୍ରୀୟା ବରାଳ, ଶିବ ପରିଡା କିପରି ପୁନର୍ବାର ସେହି ବସ ଚଳିବ ସେହି ଉଦେଶ୍ୟ ରେ ବ୍ଲକ ବିଡିଓ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ତାର କିଛି ସୁଫଳ ମିଳିନଥିଲା ବେଳେ ଏବେ ସେଇ ବିଷୟ ଉଥାପନ କରିଚି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ। ସଙ୍ଘ ସଭାପତି ବିଶ୍ୱରଂଜନ ବିଶ୍ଵଶ୍ରୀ ରାଜ୍ୟ ସରକାର, ପରିବହନ ବିଭାଗ ନିକଟରେ ଦାବି କରିଛନ୍ତି କି ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଇ ତୁରନ୍ତ ଅସ୍ତରଙ୍ଗ ରୁ ପୁରୀକୁ ଚାଲୁଥିବା ଉକ୍ତ ବସ କୁ ପୁନର୍ବାର ଚଲେଇବା ପାଇଁ। ଏଠାରେ ସୂଚନା ଥାଉ କି ରୁଟୁରୁ ପ୍ରତ୍ୟାହାର ହୋଇଥିବା ବସ ବର୍ତମାନ ପୁରୀ ମାଳାତିପାଟପୁର ବସ ଷ୍ଟାଣ୍ଡ ରେ ଥୁଆହୋଇ ଅକାମି ହେବାକୁ ବସିଲାଣି ତେଣୁ ରାଜ୍ୟସରକାର ତୁରନ୍ତ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବି ହେଉଛି l