ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଙ୍କୁ ଦିଆଗଲା ଆତ୍ମରକ୍ଷା ପ୍ରଶିକ୍ଷଣ ।

ଗୋପାଳପୁର ୧୮/୯
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ନିବାସର ଅନ୍ତଃବାସୀଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ପ୍ରଧାନମନ୍ତ୍ରୀ ଊଷା ପାଣ୍ଠି ସହାୟତାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଉଦଘାଟନ କରିବା ସହ ଛାତ୍ରୀ ମାନେ କେମିତି ସ୍ୱାଧୀନ ହେବେ ଓ ସମସ୍ତ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିବା ସହ ଦୃଢ଼ ହେବା ପାଇଁ ପ୍ରେରଣା ଦେଇଥିଲେ। ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ କିପରି ରହିବ ତାହାରି ଉପରେ ଆଲୋକପାତ କରିଥିଲେ l ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡା,ଅଧ୍ୟାପକ ଡ. ବାଗ୍ମୀ ପ୍ରିୟଦର୍ଶନୀ ସଂଯୋଜନା କରିଵା ସହ ଆତ୍ମରକ୍ଷା ଏକ ତାଲିମ ପାଠ୍ୟକ୍ରମ ଯାହା ବ୍ୟକ୍ତିବିଶେଷଙ୍କୁ, ପ୍ରାୟତଃ ଝିଅ ଏବଂ ମହିଳାମାନଙ୍କୁ, ନିଜକୁ ବିପଦ ଏବଂ ହିଂସାରୁ ରକ୍ଷା କରିବା ପାଇଁ ଶାରୀରିକ କୌଶଳ ଏବଂ ସଚେତନତା କୌଶଳ ଶିଖାଏ। ଏହି କାର୍ଯ୍ୟକ୍ରମ ଗୁଡ଼ିକ ମନସ୍ତାତ୍ତ୍ୱିକ, ଶାରୀରିକ ଏବଂ ମାନସିକ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନୃତ୍ୟଗଠିତ କ୍ରମ ଅପେକ୍ଷା ସହଜାତ, ବାସ୍ତବବାଦୀ ଗତିବିଧି ଉପରେ ଧ୍ୟାନ ଦିଏ, ଯାହା ଦ୍ୱାରା ବାସ୍ତବ ଜୀବନର ବିପଦପୂର୍ଣ୍ଣ ପରିସ୍ଥିତି ପାଇଁ ଆତ୍ମବିଶ୍ୱାସ ଏବଂ ପ୍ରସ୍ତୁତି ବୃଦ୍ଧି ପାଇଥାଏ। ଏହି କାର୍ଯ୍ୟକ୍ରମରେ ୧୧୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆମ୍ଭପୁଆର ଭିକ୍ଟୋରିଆ ଏକାଡେମୀ ଅଫ୍ ମାର୍ଶାଲ୍ ଆର୍ଟସର ପ୍ରଶିକ୍ଷକ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।