ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ୱତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମ

ଗୋପାଳପୁର ୧୮/୯
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବିଭିନ୍ନ ପିଜି ବିଜ୍ଞାନ ବିଭାଗର ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ପାଇଁ ଏକ ସ୍ୱତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ଡ଼ ଲକ୍ଷ୍ମୀଧର ରାଉତ ସଂଯୋଜନା କରିଥିଲେ | ଏଥିରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ | ଏହି କାର୍ଯକ୍ରମରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଆଇଜର ନିର୍ଦ୍ଧେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇ “ପ୍ରକୃତିରେ ବିଜ୍ଞାନ ଓ ତାର ଭବିଷ୍ୟତ” ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ | ମାନବ କଲ୍ୟାଣ ପାଇଁ ପ୍ରକୃତିର ସଂଗଠନାକୁ ଉପଯୋଗ କରି ବିଜ୍ଞାନର ବିକାଶରେ କିପରି ଏକ ସ୍ଥାୟୀ ସମାଜ ଗଠନ, କର୍କଟ ଓ ଡେଙ୍ଗୁ ଆଦି ବିରଳ ରୋଗର ଚିକିତ୍ସା, ପ୍ରଦୂଷଣ ମୁକ୍ତ ପରିବେଶ, କମ୍ପୁଟର ଓ ନାନୋ ଟେକ୍ନୋଲୋଜି ର ବିକାଶ ଦିଗରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ | ଏହା ପରେ କୁଳପତି ପ୍ରଫେସର ଦାଶ ଛାତ୍ର ଛାତ୍ରୀ ମାନକୁ ବିଜ୍ଞାନ କ୍ଷେତ୍ରରେ ଆଗକୁ ବିକାଶ କରିବା ପାଇଁ କରିଥିଲେ | ଶେଷରେ ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ସାଇନ୍ସ ଟ୍ରିମର ବହୁ ଛାତ୍ର,ଛାତ୍ରୀ ଯୋଗ ଦେଇଥିଲେ l