Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ବ୍ୟକ୍ତିତ୍ବର ସାମଗ୍ରିକ ବିକାଶ ପାଠ୍ୟକ୍ରମ ଉଦଘାଟିତ।

ଗୋପାଳପୁର, ୧୯/୦୯
ରଙ୍ଗେଇଲୁଣ୍ଡା ଠାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ମିଳିତ ଭାବେ ବ୍ୟକ୍ତିତ୍ୱ ର ସାମଗ୍ରିକ ବିକାଶ ଶୀର୍ଷକ ପ୍ରମାଣପତ୍ର ପାଠ୍ୟକ୍ରମ ର ଉଦଘାଟନ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ଦାସ ଅଧ୍ୟକ୍ଷତା କରିବା ସହ ବିଦ୍ୟାର୍ଥୀ ମାନଙ୍କ ବ୍ୟକ୍ତିତ୍ୱ ର ସାମଗ୍ରିକ ବିକାଶ ନିମନ୍ତେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ପ୍ରଦାନ କରାଯାଉଥିବା ଯୋଗୁଁ ଏଥିରେ ସାମିଲ ରହିଥିବା ବିଦ୍ୟାର୍ଥୀ ମାନେ ନିଶ୍ଚିତ ଭାବରେ ଲାଭବାନ ହୋଇ ପାରିବେ ବୋଲି ମତପୋଷଣ କରିବା ସହ ତିନିଦିନ ଧରି ଆୟୋଜିତ ପାଠ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନ ର ଜିଲ୍ଲା ସଭାପତି ମହେଶ ଜେନା, ପୂର୍ବତନ ଜିଲ୍ଲା ସଭାପତି ଏସ ଗୋପାଳ ରାଓ ପ୍ରଫେସର କେ କେ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ସଂଗଠନ ର ପ୍ରତାପ ସ୍ବାଇଁ, ପ୍ରକାଶ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଏନ ଏସ ଏସ ର ସମସ୍ତ ସ୍ବେଛାକର୍ମୀ ସମେତ ପ୍ରଥମ ବର୍ଷର‌ ବିଦ୍ୟାର୍ଥୀ ଓ ଅଧ୍ୟାପକ ଓ ପ୍ରଧ୍ୟାପକ ମାନେ ସାମିଲ ରହିଲେ। ଶେଷରେ ମହାବିଦ୍ୟାଳୟ ର ଦିଶାତ ଜାନୁ ଧନ୍ୟବାଦ ଅର୍ପଣ କରିଥିଲେ।