ସମୁଦ୍ର ଆବର୍ଜନା ବିରୁଦ୍ଧରେ ପରିବର୍ତ୍ତନର ପ୍ରଚାର।ଗୋପାଳପୁରରେ ଆୟୋଜିତ ହେଲା ସାମୁହିକ ସମୁଦ୍ରତଟ ସଫେଇ

ଗୋପାଳପୁର, ୨୦/୯
ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ ୨୦୨୫ ପାଳନ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନଏସଏସ ବ୍ୟୁରୋ ପକ୍ଷରୁ ଗୋପାଳପୁର ସମୁଦ୍ରତଟ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ୧୫ଟି କଲେଜର ୧୨୦ ଜଣ ସ୍ୱେଚ୍ଛାସେବୀ ସହ ମୋଟ୍ ୩୫୦ ଜଣ ଅଂଶଗ୍ରହଣକାରୀ ସାମିଲ ଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ ବିଜ୍ଞାନ ବିଭାଗ, ସମୁଦ୍ର ବିଜ୍ଞାନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବରେ ଏହାର ଆୟୋଜନ କରାଯାଇଥିଲା । ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହାର ଶୁଭାରମ୍ଭ କରିଥିଲେ । ଏକ ସ୍ୱଚ୍ଛ ଏବଂ ସୁସ୍ଥ ସମୁଦ୍ରତଟ ଗଠନ ନିମନ୍ତେ ସାମୂହିକ ଭାବେ କାର୍ଯ୍ୟ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ସମୁଦ୍ର ଆବର୍ଜନା ବିରୁଦ୍ଧରେ ପରିବର୍ତ୍ତନର ପ୍ରଚାର ନେଇ ଗୋପାଳପୁରର ଆହାର କେନ୍ଦ୍ରରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଏକ ଜନସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମ ଗଞ୍ଜାମ ଡକ୍ଟର ପ୍ରମୋଦ କୁମାର ପୃଷ୍ଟି। ରାଜସ୍ଥାନ ଏମଡିଏସ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ କୁଳପତି ପ୍ରଫେସର କେ. କେ. ଶର୍ମା, ଵ୍ରହ୍ମପୁର ଏସପିସିବି ଆଞ୍ଚଳିକ ଅଧିକାରୀ ସିବି ଇଞ୍ଜିନିୟର ଦୀପକ କୁମାର ସାହୁ, ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ବିୟୁ)ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବି. ଅଞ୍ଜନ କୁମାର ପ୍ରୁଷ୍ଟି,ବିୟୁର ଏନଏସଏସ୍ ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା, ଗୋପାଳପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ଏବଂ ଗୋପାଳପୁର କଲେଜର ପ୍ରିନ୍ସିପାଲ୍ ଡ଼ ରାମନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ମାନେ ସମୁଦ୍ରୀୟ ଆବର୍ଜନା ହ୍ରାସ କରିବା ଏବଂ ସ୍ୱଚ୍ଛ, ନିରାପଦ ସମୁଦ୍ର ନିଶ୍ଚିତ କରିବାରେ ବ୍ୟକ୍ତିଗତ ଏବଂ ସାମୂହିକ ଦାୟିତ୍ୱର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ। ଜାତୀୟ ଅଭିଯାନର ଅଂଶବିଶେଷରୂପେ, ଅଂଶଗ୍ରହଣକାରୀମାନଙ୍କୁ ମିଶନ୍ ଲାଇଫ୍ ପ୍ରତିଜ୍ଞା ପ୍ରଦାନ କରାଯାଇଥିଲା ସଫେଇ ରେ ସମୁଦାୟ ୨୫୮.୦୩ କିଲୋଗ୍ରାମ୍ ଆବର୍ଜନା ସଂଗ୍ରହ ହୋଇଥିଲା। ଏହି ଆବର୍ଜନା କୁ ବର୍ଗୀକୃତ ପରେ ଗୋପାଳପୁର ଏନଏସିକୁ ଉପଯୁକ୍ତ ପ୍ରକ୍ରିୟାକରଣ ପାଇଁ ମ୍ୟାଟେରିଆଲ୍ ରିକଭରି ସେଣ୍ଟର୍ (ଏମଆରସି)ରେ ହସ୍ତାନ୍ତର କରାଯାଇଥିଲା।