ରଙ୍ଗେଇଲୁଣ୍ଡା ବ୍ଲକ୍ ପରିସରରେ ବ୍ଲକ ସ୍ତରୀୟ ସାମଜିକ ସମୀ କ୍ଷା ଜନ ଶୁଣାଣି ଶିବର ଅନୁଷ୍ଠିତ।

ଗୋପାଳପୁର,୨୦/୦୯
ରଙ୍ଗେଇଲୁଣ୍ଡା ବ୍ଲକ୍ ପରିସରରେ ବ୍ଲକ ସ୍ତରୀୟ ସାମଜିକ ସମୀ କ୍ଷା ଜନ ଶୁଣାଣି ଶିବର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ର ସଦଭାବନା ଗୃହରେ ଏବିଡ଼ିଓ ସଂଗୀତା ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ସୁକାନ୍ତ କୁମାର ଜେନା,ଜିଲ୍ଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ନାଥ ମଲାଣା,ବ୍ଲକ ଯୋଗାଣ ଅଧିକାରୀ ଶକ୍ତି ପ୍ରସାଦ ରାମ ଯୋଗଦେଇଥିଲେ। ଏପିଓ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ୨୦୨୪ -୨୫ ଆର୍ଥିକ ବର୍ଷର ବିବରଣୀ ପାଠ କରିଥିଲେ । ବ୍ଲକ୍ରେ ୪ ଲକ୍ଷ ୬୦ ହାଜର ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧ ଲକ୍ଷ ୭୭ ହଜାର ୬ ଶହ ୭ ଦିବସ ପୂରଣ ହୋଇଛି। ୬ କୋଟି ୩୮ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଉନ୍ନୟନ କାର୍ଯ୍ୟ ହୋଇଛି। ୫୮ ପରିବାର ୧୦୦ଦିନର ଶ୍ରମ କାର୍ଯ୍ୟ କରିଛନ୍ତି। ୯୩୯ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି l ୧୪ ହଜାର ଚାରି ଶହ ୮୨ ଶ୍ରମ କାର୍ଡ କାର୍ଯ୍ୟ କରୁଛି l ପଞ୍ଚାୟତରେ ଯାହା କି ସମସ୍ୟା ରହିଛି ସମାଧାନ କରାଯିବା ଓ ଭନ୍ନୟନ କାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲେ l ବୈଠକରେ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଯୋଗ ଦେଇଥିଲେ l