Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ନିଯୁକ୍ତି ଭିକ୍ତିକ କର୍ମଶାଳା

ଗୋପାଳପୁର ୨୦/୯
ବ୍ରହ୍ମପୁର ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ନିଯୁକ୍ତି ଭିକ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟବକ୍ତା ଭାବେ ଜ୍ୟୋତିର୍ବିଦ ସଂସ୍କୃତି ଗବେଷକ ଡ. ସନ୍ୟାସୀ ମହାରଣା ଯୋଗ ଦେଇ ୨୫୦ବର୍ଷର କଣ୍ଢେଇ ଯାତ୍ରା ଉପରେ ଆଲୋକପାତ କରିବା ତାଙ୍କରି ପ୍ରଯୋଜନାରେ ଏକ କ୍ଷୁଦ୍ର ନିର୍ମିତ ଚଳଚ୍ଚିତ୍ର ଦେଖାଇ ଥିଲେ ଏବଂ ମହୁରୀ ଗଡ ଉପରେ ଅନେକ ତଥ୍ୟପୂର୍ଣ୍ଣ କଥା ବର୍ଣ୍ଣନା କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ତଥା ବିଭାଗୀୟ ମୁଖ୍ୟ ଡ. ବନ୍ଦିତା କୁମାରୀ ପଣ୍ଡାଙ୍କ ସଂଯୋଜନା କରିଥିଲେ l କର୍ମଶାଳାକୁ ବିଭାଗୀୟ ସହ ଅଧ୍ୟାପକ ଅଗ୍ନି କୁମାର ବେହେରା ପରିଚାଳନା କରିଥିଲେ । ପ୍ରଫେସର ଗଣେଶ ସେଠୀ,ଡ଼. ଜୟନ୍ତ କୁମାର ପଣ୍ଡା,ଡ଼. ଚିନୁ ବହିଦାର, ନେହା ପାଣ୍ଡେ ସହଯୋଗ କରିଥିଲେ ।

More Stories