Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିରକୁ ଫେରିଲେ ଅଗ୍ନି ଗଙ୍ଗା ମା; ଶେଷ ହେଲା ଯାତ୍ରା

ସିମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ର ଅଗ୍ନି ଗଙ୍ଗା ମାଙ୍କ ବାର୍ଷିକ ଯାତ୍ରା ଚଳିତ ବର୍ଷ ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ସିମିଳିଗୁଡା ସହର ରେ ପ୍ରସିଦ୍ଧ ଅଗ୍ନି ଗଙ୍ଗା ମା ଯାତ୍ରା ଗତ ୮ ତାରିଖ ରେ ଆରମ୍ଭ ହୋଇଥିବା ବେଳେ ଯାତ୍ରା ପାଇଁ ସହର ସାରା ରଙ୍ଗୀନ ଆଲୋକ ମାଳା ରେ ସଜ୍ଜା ଯାଇଥିଲା। ରୀତିନୀତି ଅନୁଯାୟୀ ଅଗ୍ନି ଗଙ୍ଗା ମା ଙ୍କ ଘଟ କୁ ପ୍ରଥମ ଦିନ ମନ୍ଦିର ଅଣାଯାଇ ମୁଖ୍ୟ ପୂଜକ ଙ୍କ ଘରେ ଗୋଟେ ଦିନ ପୂଜାର୍ଚ୍ଚନା କରାଯାଇଥିଲା। ତୃତୀୟ ଦିନ ମା ଘଟ କୁ ଅସ୍ଥାୟୀ ମଣ୍ଡପ ରେ ସ୍ଥାପନ କରାଯାଇଥିଲା। ୯ ଦିନ ଧରି ହୋଇଥିବା ଯାତ୍ରା ରେ ପ୍ରତ୍ୟେକ ଦିନ ସନ୍ଧ୍ୟା ରୁ ରାତି ଯାଏଁ ଘଟ ସହର ପରିକ୍ରମା କରି ଘରେ ଘରେ ପୂଜା ପାଇଥିଲେ। ପଞ୍ଚମ ଦିନ ମା ଙ୍କ ପ୍ରିୟ ନିଆ ଦିଆ ଯାଇଥିଲା। ସେହି ଦିନରୁ ଭକ୍ତ ମାନେ ତିନି ଦିନ ମା ଙ୍କ ମାନସିକ ପାଇଁ ଘଟ ସମର୍ପଣ କରିଥିଲେ। ଷଷ୍ଠ ଦିନ ଘଟ କୁ ସିମିଳିଗୁଡା ଥାନାରେ ପୂଜା କରାଯାଇଥିଲା। ପୋଲିସ ପରିବାର ପକ୍ଷରୁ ମା ଙ୍କୁ ପୂଜାର୍ଚ୍ଚନା କରିଥିଲେ। ସସ୍ତମ ଅଷ୍ଟମ ଦିନ ବିଭିନ୍ନ ଅଞ୍ଚଳର ଲୋକ ପହଞ୍ଚି ମା ଦର୍ଶନ କରିବା ଦ୍ୱାରା ମଣ୍ଡପ ରେ ବହୁତ୍ ଭିଡ ଜମି ଥିଲା । ଅଷ୍ଟମ ଦିନ ମଙ୍ଗଳବାର ସନ୍ଧ୍ୟା ରେ ବାଣ ଫୁଟା କାର୍ଯ୍ୟକ୍ରମ ବହୁତ୍ ଆଡମ୍ବର ରେ ପାଳିତ ହୋଇଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା।ରାତିସାରା ଯାତ୍ରା ଅନୁଷ୍ଠିତ ହୋଇଛି। ନବମ ଦିନ ବୁଧବାର ମା ଙ୍କ ଘଟ କୁ ସହର ପରିକ୍ରମା କରି ମନ୍ଦିର କୁ ନିଆଯାଇଥିଲା।ଘଟ ପରିକ୍ରମା ସମୟରେ ବିଭିନ୍ନ ବେଶ ଧାରଣ କାର୍ଯ୍ୟକ୍ରମ କରାଯାଇଥିଲା। କୁନି କୁନି ପିଲାଙ୍କ ଉପରୁ ଘଟ ଚାଲିଯିବା ଦ୍ଵାରା ପିଲା ମାନଙ୍କ ମଙ୍ଗଳ ହେବ ବୋଲି ଭକ୍ତ ଙ୍କ ଭଵନା । ବହୁତ୍ ସଂଖ୍ୟା ରେ ପିଲା ମାନେ ଉପରୁ ଘଟ ଚାଲି ଯିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଘଟ ମନ୍ଦିର ପହଞ୍ଚିବା ସମୟରେ କମିଟି ଦ୍ଵାରା ନିଆ ଆୟୋଜନ କରାଯାଇଥିଲା। ପରେ ମା ଙ୍କ ଏକ ଛେଳି କୁ ଭଳି ଦିଆ ଯାଇଥିଲା । ପରେ ଘଟ ମନ୍ଦିର ଭିତରକୁ ପହଞ୍ଚିବା ପରେ ବିସର୍ଜନ କରାଯାଇଥିଲା। ଶେଷ ଦିନରେ ମନ୍ଦିର ପରିସରରେ ହଜାର ହଜାର ଲୋକ ଙ୍କ ଭିଡ ଜମିଥିଲା। ବିଭିନ୍ନ ଅଂଚଳରୁ ଆସିଥିବା ଲୋକ ସହର ଲୋକ ପହଞ୍ଚି ମା ଙ୍କ ଦର୍ଶନ କରି ଦୀପ ଦୂପ ଭୋଗ କରିଥିଲେ। ଯାତ୍ରା ରେ କୋରାପୁଟ ବିଧାୟକ ରଘୁ ରାମ ପାଡ଼ାଲ,ପଟ୍ଟାଙ୍ଗୀ ବିଧାୟକ ଶ୍ରୀଯୁକ୍ତ ପିତମ ପାଢ଼ୀ, ସୁନାବେଡା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ପ୍ରଭଳ ଖରା ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନ , ବ୍ୟବସାୟୀ ଙ୍କ ଦ୍ଵାରା ପାନୀୟ ଜଳ ବ୍ୟବସ୍ଥା, ଥଣ୍ଡା , ଚଲା ପାଣି, ଶୁଖିଲା ଭୋଗ ପରି ବହୁତ୍ ଜିନିଷ ବଣ୍ଟନ କରାଯାଇଥିଲା। ଉକ୍ତ ରାସ୍ତା ଦେଇ ଯାଇଥିବା। ସେମିଳିଗୁଡା ଥାନା ଅଧିକାରୀ ପି କେ ମହାପାତ୍ର ଙ୍କ ନେତୃତ୍ୱ ରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅଗ୍ନି ଗଙ୍ଗା ମା ଯାତ୍ରା କୁ ସମ୍ପୂର୍ଣ୍ଣ ଭାବେ ସଫଳ କରିଥିବାରୁ କମିଟି ସଭ୍ୟ ପ୍ରଦୀପ କୁମାର ପାତ୍ର, ସୁବ୍ରତ ନାୟକ, ରାଜେନ୍ଦ୍ର କୁମାର ପାତ୍ର, ବି ସନ୍ତୋଷ , ଏ ରାମା କ୍ରିଷ୍ଣା, ୱାଇ ଶ୍ରୀନିବାସ, କିଶୋର , ଉମା, ହମୋ ,ଶେଖର, ଭେଙ୍କଟେଶ ପ୍ରମୁଖ ସାହାଯ୍ୟ କରିଥିଲେ। ପ୍ରଥମ ଥର ପାଇଁ ଯାତ୍ରା ବହୁତ୍ ଆଡମ୍ବର ରେ ପାଳିତ ହେବା ଦ୍ଵାରା କମିଟି କୁ ସବୁ ବର୍ଗ ରୁ ପ୍ରଶଂସା ମିଳୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories