Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୨ ତମ ଜୟନ୍ତୀ ପାଳନ।

ଗୋପାଳପୁର, ୨୨/୦୯
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ନରେନ୍ଦ୍ରପୁର ଲୋକନୃତ୍ୟ ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ବଡ଼ କୁଶସ୍ଥଳୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ୧୧୨ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ତଥା ସମାଜ ବିଜ୍ଞାନୀ ଭଗବାନ ସାହୁଙ୍କ
ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଭଗବାନ ସାହୁଙ୍କ ଏକ ପ୍ରତିମୂର୍ତ୍ତି କୁ ନିଜସ୍ଵ ଖର୍ଚ୍ଚ ରେ ନିର୍ମାଣ କରାଯାଇ ସ୍ଥାପନ କରା ଯିବା ନେଇ ମାନ୍ୟବର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସୂଚନା ଦେଇଥିବା ଘୋଷଣା କରିଥିଲେ, ଏହା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଭଗବାନ ସାହୁଙ୍କୁ ନେଇ ସ୍ବତନ୍ତ୍ର ଚେୟାର ପ୍ରତିଷ୍ଠା ସହ ଅଧିକ ଗବେଷଣା କରାଯାଇ ଆଗାମୀ ପିଢ଼ି ଙ୍କୁ ଏହା ନେଇ ବାର୍ତ୍ତା ଦିଆଯିବ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗିତାଞଳୀ ଦାଶ, କ୍ଷେତ୍ରମୋହନ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ହୃଷୀକେଶ ପଣ୍ଡା, ଗଣ ମାଧ୍ୟମ ବ୍ୟକ୍ତି ଡ଼ ଭି ରାଜେନ୍ଦ୍ର ରାଜୁ, ଓଡ଼ିଶା ନାଟକ ଏକାଡେମୀ ର‌ ପୂର୍ବତନ ସମ୍ପାଦକ ଡ଼ ପ୍ରତାପ କୁମାର ସାହାଣୀ, ବଡ କୁଶସ୍ଥଳୀ ସରପଞ୍ଚ ସୁନିତା ନାୟକ, ପଦ୍ମଶ୍ରୀ ଭଗବାନ ସାହୁଙ୍କ କନିଷ୍ଠ ପୁତ୍ର ତଥା ଅବସରପ୍ରାପ୍ତ ଶିକ୍ଷକ କିଶୋର କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହି ଭଗବାନ ସାହୁଙ୍କ କିପରି ଏକ ପଲ୍ଲୀ ରେ ଜନ୍ମ ହୋଇ ନିଜର କଳା କୁ ପ୍ରଦର୍ଶନ କରି ବିଶ୍ବ ବିଖ୍ୟାତ ହେବା ସହ ନିଜର ଓ ନିଜ ମାଟିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମତପୋଷଣ କରିଥିଲେ।ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନ ର ଉପଦେଷ୍ଟା ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ କଳା କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ସଖିନାଚ ଗୁରୁ କାଳୁଚରଣ ସାହୁ, ପ୍ରହଲ୍ଲାଦ ନାଟକ ଗୁରୁ ରାଧାମୋହନ ପ୍ରଧାନ ଓ ଯୋଡ଼ି ଶଙ୍ଖ ଗୁରୁ ପୁରୁଷୋତ୍ତମ ମୁନି ଏବଂ ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ପ୍ରକାଶ ପଟ୍ଟନାୟକ, ଅଶୋକ କୁମାର ବ୍ରହ୍ମା ଓ ସମିର ଆଚାର୍ଯ୍ୟ ଏବଂ ସାମଜସେବା ନିମନ୍ତେ ସମୀର କୁମାର ମିଶ୍ର ପ୍ରମୁଖ ଙ୍କୁ ଉପଢ଼ୌକନ ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ମାନଙ୍କ ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଲୋକନୃତ୍ୟ ଅନୁଷ୍ଠାନ ର ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପାତ୍ର ସହଯୋଗ କରିଥିଲେ।