ଅଗ୍ନିବୀର ସାକ୍ଷାତକାର ଦେବାକୁ ଆର୍ମି ଏଡି କଲେଜ ଆସି ସମୁଦ୍ରରେ ନିଖୋଜ ଯୁବକ ଙ୍କ ମୃତ ଦେହ ଧବେଳେଶ୍ୱର ବେଳାଭୂମି ରୁ ଉଦ୍ଧାର

ଗୋପାଳପୁର ୨୨/୯
ଗୋପାଳପୁର ଥାନା ଅନ୍ତର୍ଗତ ଧବେଳେଶ୍ୱର ବେଳାଭୂମି ରୁ ଅପରାହ୍ନ ପ୍ରାୟ ସାଢେ ୩ ଟା ସମୟରେ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକର ମୃତ ଦେହକୁ ପୁଲିସ ଉଦ୍ଧାର କରିଛି l ମୃତ ଜଣକ ହେଲେ ବିହାର ଦାନାପୁର ଅଂଚଳର ଅଭିଷେଖ ରଞ୍ଜନ ବୟସ ୧୮ l ସୂଚନା ପ୍ରକାରେ ବିହାର ଅଂଚଳର ୪ ଜଣ ଯୁବକ ଅଗ୍ନି ବିର ପରୀକ୍ଷା ପାଇଁ ସାକ୍ଷାତକାର ଦେବାକୁ ଗୋଳାବନ୍ଧ ଆସିଥିଲେ l ଗତକାଲି ଧବେଳେଶ୍ୱର ବେଳାଭୂମିକୁ ୪ ଜଣ ଅଭିଷେକ ରଞ୍ଜନ,ଆୟୂଷ କୁମାର, ନୀତିଶ କୁମାର ଓ ଶୁଭମ କୁମାର ଯାଇଥିଲେ l ଶୁଭମ ସମୁଦ୍ର କୂଳ ରେ ବସିଥିବା ବେଳେ ଅନ୍ୟ ୩ ଜଣ ସମୁଦ୍ର ରେ ଗାଧୋଉ ଥିବା ବେଳେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ନୁଆଁ ଗୋଳାବନ୍ଧର ଜେ.ଗଣେଶ ମାଛ ମାରୁଥିବା ସମୟରେ ସେମାନଙ୍କୁ ଦେଖି ଆୟୂଷ ଓ ନୀତିଶ କୁ ଉଦ୍ଧାର କରି କୂଳକୁ ଆଣିଥିବା ବେଳେ ଅଭିଷେକ ଉଦ୍ଧାର କରୁଥିବା ବେଳେ ଉଚ୍ଚ ଜୁଆର ରେ ଅଭିଷେକ ହାତରୁ ଖସି ନିଖୋଜ ହୋଇଯାଇଥିଲା l ଖବର ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ପାଇଁ ନଥିଲେ l ପରେ ନିଖୋଜ ର ପରିବାର ଲୋକଙ୍କୁ ଜଣାଇ ଥିଲେ l ଆଜି ସକାଳେ ଧବେଳେଶ୍ୱର ଓ ନୁଆଁ ବକ୍ସିପଲ୍ଲୀ ମଧ୍ୟରେ ସମୁଦ୍ର କୂଳରେ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ l ଖବର ପାଇଁ ଗୋପାଳପୁର ପୁଲିସ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ,ଏସ ଆଇ ମଣି ଦାଢ଼ିଆ ଓ ଟିମ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ l ପରିବାର ଲୋକ ପହଞ୍ଚି ଚିହ୍ନଟ ପରେ କେସ ନମ୍ବର ୧୯/୨୫ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇ ଥିଲେ l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଶବ କୁ ବିହାର ପଠାଯାଇଥିବା ପୁଲିସ କହିଛି l