ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୫୮୩ ବିଦ୍ୟାର୍ଥୀ।

ଗୋପାଳପୁର, ୨୨/୦୯
ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚଳିତବର୍ଷ ବିଭିନ୍ନ ବ୍ଲକ ରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ଏହି କ୍ରମରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କନିଷି ଠାରେ ଥିବା ପି ଏମ ଶ୍ରୀ ବାଲାଜୀ ବିଦ୍ୟାପୀଠ ପରିସରରେ ଆୟୋଜିତ ବୃତ୍ତି ପରୀକ୍ଷାରେ ତୃତୀୟ ଶ୍ରେଣୀରେ ରେ ୧୪୭ ଜଣ ପରୀକ୍ଷା ଦେଇଥିବା ବେଳେ ୭ ଜଣ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିଲେ। ସେହିପରି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ୧୪୮ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ ଜଣ ଅନୁପସ୍ଥିତ ରହିଥିଲେ। ସେହିପରି ବ୍ରହ୍ମପୁର ଜୋନ ପକ୍ଷରୁ ସ୍ଥାନୀୟ ଭିଭି ଗିରି ହାଇସ୍କୁଲ ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତୃତୀୟ ଶ୍ରେଣୀରେ ୧୪୬ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୦୨ ଜଣ ଅନୁପସ୍ଥିତ ରହିଥିଲେ। ସେହିପରି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ୧୪୨ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୦୨ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଥିବା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏଥି ସହ ଚଳିତବର୍ଷ ସମସ୍ତ ବିଦ୍ୟାଳୟ ରେ ପ୍ରତି ଶନିବାର ଦିନ ବିଦ୍ୟାର୍ଥୀ ମାନଙ୍କୁ ବୃତ୍ତି ପରୀକ୍ଷା ନିମନ୍ତେ ଅଭ୍ୟାସ ପରୀକ୍ଷା ର ଆୟୋଜନ କରାଯାଉଥିଲା, ଯାହାଫଳରେ ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଉଭୟ ଜୋନରେ ଅଧିକ ସଂଖ୍ୟକ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।