ଗୋପାଳପୁର ବିଜେପି ପକ୍ଷରୁ ରକ୍ତଦାନ ଶିବିର

ଗୋପାଳପୁର ୨୩/୯
କରାପଲ୍ଲୀ ମଣ୍ଡଳ ବିଜେପି ପକ୍ଷରୁ ଆଜି ମାଣ୍ଡିଆପଲ୍ଲୀ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ରହ୍ମପୁର ରକ୍ତ ଭଣ୍ଡାର କର୍ମଚାରୀ ମାନେ ଉପସ୍ଥିତ ରହି ୫୦ ୟୁନିଟ ରକ୍ତ ସଂଗୃହିତ କରିଥିଲେ l ଏଥିରେ ଜିଲ୍ଳା ସଭାପତି ସରୋଜ କୁମାର ସାବତ,ଜିଲ୍ଳା ଉପ ସଭାପତି ଗଙ୍ଗାଧର ଶତପଥୀ,ଗୋପାଳପୁର ଏନ ଏ ସି ର ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ପଞ୍ଚୁ ବେହେରା,କରାପଲ୍ଲୀ ମଣ୍ଡଳ ସଭାପତି ଏମ.ସାଗର,ବ୍ଲକର ପରିବହନ ମନ୍ତ୍ରୀଙ୍କ ପ୍ରତିନିଧି ବ୍ରଜ ମୋହନ ନାହାକ,ସୁନୀଲ ପାତ୍ର,ସୋମନାଥ ପାତ୍ର,ଜି.କୁରୁମା,ବନମାଳୀ ସେଠୀ,ବି.କ୍ରୀଷ୍ଣା ମୂର୍ତ୍ତୀ,ଦେବାଶିଷ ଆଚାର୍ଯ୍ୟ,ନୀଳାଦ୍ରି ପ୍ରହରାଜ,କେ.ରଘୁନାଥ ପାତ୍ର,ରଜତ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ର ପରିଚାଳନା କରିଥିଲେ।