Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧବଳେଶ୍ୱର ବେଳାଭୂମିରେ ଏନସିସି କ୍ୟାଡେଟ୍‌ମାନଙ୍କ ଦ୍ଵାରା ସ୍ୱଚ୍ଛତା ଅଭିଯାନ ।

ଗୋପାଳପୁର,୨୩/୦୯
“ପୁନୀତ ସାଗର ଅଭିଯାନ” ଏବଂ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଅନ୍ତର୍ଗତ ୨ ଓଡ଼ିଶା ବାଟାଲିଅନ୍ ଏନସିସି, ବ୍ରହ୍ମପୁର ପକ୍ଷରୁ “ଏକ ଭାରତ ଶ୍ରେଷ୍ଠ ଭାରତ” ଶିବିର ଅବସରରେ ଧବଳେଶ୍ୱର ବେଳାଭୂମିରେ ବେଳାଭୂମି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆର୍ମି ଏଡି ବେଳାଭୂମି ରୁ ଧବଳେଶ୍ୱର ବେଳାଭୂମି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।
ଏହି ଅଭିଯାନରେ ଓଡ଼ିଶା ସହିତ ପଞ୍ଜାବ, ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ର ୬୦୦ ରୁ ଉର୍ଦ୍ଧ୍ବ ଏନସିସି କ୍ୟାଡେଟ୍‌ମାନେ ଯୋଗଦେଇଥିଲେ। ୨ ଓଡ଼ିଶା ବାଟାଲିଅନ୍ ଏନସିସିର କମାଣ୍ଡିଙ୍ଗ ଅଫିସର କର୍ଣ୍ଣଲ ସମୀର କର, ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣଲ ଗୌରବ ଜୈସିଂ, ଏନସିସି ପ୍ରଶିକ୍ଷକଙ୍କ ସହିତ ସାତ୍ତ୍ୱିକ ସୋଲ ଫାଉଣ୍ଡେସନର ସ୍ବେଛାସେବୀ ମାନେ ଯୋଗଦେଇଥିଲେ।
ଆରମ୍ଭରେ ଲେଫ୍ଟନାଣ୍ଟ କର୍ଣ୍ଣଲ ଗୌରବ ଜୈସିଂ ଏବଂ ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ଗଞ୍ଜାମ ଟିମ୍ ର ଜିଲ୍ଲା ସଂଯୋଜକ ଭାରତ ଗୌରବ ଦାଶ ସମୁଦ୍ର, ସମୁଦ୍ରଜୀବନ ଓ ବେଳାଭୂମି ସ୍ୱଚ୍ଛତାର ପ୍ରମୁଖ୍ୟତା ବିଷୟରେ ଓ ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ କ୍ୟାଡେଟ୍‌ମାନଙ୍କୁ ଜଣାଇ ସଚେତନତା ସୃଷ୍ଟି କଲେ ।ଏହାପରେ ଆର୍ମି ଏଡି ବେଳାଭୂମି ରୁ ଧବଳେଶ୍ୱର ବେଳାଭୂମି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥିଲା ଯେଉଁଥିରେ ୩୦୦ ରୁ ଉର୍ଦ୍ଧ୍ବ କିଲୋଗ୍ରାମ ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ବିଏମ ସି କୁ ପୁନଃଚକ୍ରଣ ପାଇଁ ପଠାଯାଇଥିଲା।