୩ ବର୍ଷ ର ଶିଶୁ କୁ ଘର ସମ୍ମୁଖ ରୁ ଅପହରଣ କରି ହତ୍ୟା ଉଦ୍ୟମ ଅଭିଯୋଗ ରେ ଅଭିଯୁକ୍ତ ଗିରଫ।

ଗୋପାଳପୁର, ୨୪/୦୯
ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟିପଦର ଗ୍ରାମରେ ମଙ୍ଗଳବାର ସକାଳ ସମୟରେ ଜଣେ ୩ ବର୍ଷର ଶିଶୁପୁତ୍ର ଘର ସମ୍ମୁଖରେ ଖେଳୁଥିବା ପୋଡଶୀରେ ରହୁଥିବା ଜଣେ ଯୁବକ ଅପହରଣ କରି ଗାଁ ଶେଷ ରେ ଥିବା ପୋଖରୀ ନିକଟରେ ହତ୍ୟା ଉଦ୍ୟମ କରିବା ବେଳେ ପରିବାର ଲୋକେ ଶିଶୁ କୁ ଉଦ୍ଧାର କରିଥିଲେ ।ଏହି ଅଭିଯୋଗ ରେ ପୁଲିସ ଅପହରଣ କରିଥିବା ଏସ ମଧୁ ଓରଫ ମଧୁସୂଦନ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁଯାୟୀ ଝାଟିପଦରର ଏନ୍ କେଶବ ରେଡ୍ଡୀ ଙ୍କ ଶିଶୁ ପୁତ୍ର ଘର ସମ୍ମୁଖରେ ସକାଳ ସାଢେ଼ ୮ ଟା ରେ ଖେଳୁଥିବା ବେଳେ ଅଭିଯୁକ୍ତ ତଥା ପଡୋଶୀ ଏସ ମଧୁ ଶିଶୁ ପୁତ୍ର ଅପହରଣ କରି ନେଇ ଯାଇଥିଲା। ଅପହରଣ ପରେ ଶିଶୁ ପୁତ୍ର କୁ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ସନ୍ନିକଟ କିଆ ବୁଦା ରେ ରଖି ସେଠାରେ ଏକ ବାଡି ସାହାଯ୍ୟରେ ଆକ୍ରମଣ କରି ଜିବନରେ ମାରି ଦେବାକୁ ଉଦ୍ୟମ କରୁଥିଲା।ଏହି ସମୟ ରେ ଶିଶୁ ପୁତ୍ର ର ଚିତ୍କାର ଶୁଣି ପରିବାର ସଦସ୍ୟ ସେଠାରେ ପହଞ୍ଚି ଯିବାକୁ ମଧୁ ସେଠାରୁ ଖସି ଚାଲି ଯିବାରେ ସକ୍ଷମ ହୋଇଥିଲେ।ଘଟଣା ନେଇ କେଶବ ଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ପରେ ଆଜି ପୁଲିସ ମଧୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି