Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ୫୬ ତମ ପ୍ରତିଷ୍ଠା ଦିବସ ପାଳିତ: ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୪ ଜଣ ସ୍ବେଚ୍ଛାସେବୀ, ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟସ୍ତରୀୟ ପୁରସ୍କାର ପ୍ରଦାନ କଲେ କୁଳପତି।

ଗୋପାଳପୁର,୨୪/୦୯
ଜାତୀୟ ସେବା ଯୋଜନାର ୫୬ ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କୁଳପତି ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୪ ଜଣ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟସ୍ତରୀୟ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି।୨୦୨୪-୨୫ ବର୍ଷରେ ଏନଏସଏସରେ ଉତ୍କୃଷ୍ଟ ଅବଦାନ ପାଇଁ ୧୩ ଜଣ ସ୍ବେଚ୍ଛାସେବୀଙ୍କୁ ବିଶ୍ବବିଦ୍ୟାଳୟସ୍ତରୀୟ ବେଷ୍ଟ ଭଲ୍ୟୁଣ୍ଟିୟର ଆୱାର୍ଡ ପ୍ରଦାନ କରାଯାଇଛି। ଏଥିରେ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜ ଓ ହସପିଟାଲର ସ୍ବେଚ୍ଛାସେବୀ ଡକ୍ଟର ଚିଦାନନ୍ଦ ପାଣି, କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆର୍ୟୁବେଦ କଲେଜ ଓ ହସପିଟାଲର ଅତ୍ରୀ ଦାସ, ଏନବିସି କଲେଜ କେନ୍ଦୁପଦରର ଅଙ୍କିତା ବିଶୋଇ, ଏନଏସବି ମହାବିଦ୍ୟାଳୟ ନୂଭାପଡାର କେ.କାଳୁଚରଣ ଦାସ, ବ୍ରହ୍ମପୁର ଏନଏସଏସ ପିଜି ୟୁନିଟ ପକ୍ଷରୁ କଳାବତି ଭତ୍ରା, କସ୍ତୁରୀ ପଢିଆରୀ, ପ୍ରୟଙ୍କା ଗୌଡ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ବିକାଶ କୁମାର ପାଢି, ପାରଳା ମହାରାଜା ଯାନ୍ତ୍ରିକ କେଲଜର ସୌମ୍ୟଜିତ ସାହୁ, କଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଚିନ୍ମୟ ପରିଡା, ଶ୍ରୀ ବେଲେଶ୍ବର ମହାବିଦ୍ୟାଳୟର, ଗଣ୍ଡୋଳାର ସିନୁ ମହାନ୍ତି, ଗଜପତି ଜିଲ୍ଲା ଆଇଏମ କଲେଜ ଚାନ୍ଦିପୁଟର ଦିନେଶ କୁମାର ଟୁଲୁ, ଓ ଶ୍ରୀରାମ କଲେଜ କାଶିନଗର ଦିପକ ରଞ୍ଜନ ମହାପାତ୍ର ପ୍ରମୁଖ ରହିଛନ୍ତି । ସେହିପରି ଏନଏସଏସର ପାଞ୍ଚଜଣ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ବିଶ୍ବବିଦ୍ୟାଳୟସ୍ତରୀୟ ବେଷ୍ଟ ପ୍ରୋଗ୍ରାମ ଅଫିସର ପୁରସ୍କାରରେ ସମ୍ମାନୀତ କରାଯାଇଛି। ଏଥିରେ ରହିଛନ୍ତି, ଏନବିସି କଲେଜ କେନ୍ଦୁପଦରର ଅଧ୍ୟାପକ ସିଲୁ ସେଠୀ, କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରୁ ଅଶୋକ ନାୟକ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଶେଖ ଫରିଦ, ଚିକିଟି ମହାବିଦ୍ୟାଳୟର ଲକ୍ଷ୍ମଣ ବେହେରା, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ସୁଜତା କୁମାରୀ ପାତ୍ରଙ୍କୁ ଏନଏସଏସର ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଭାବେ ସମ୍ମାନୀତ କରାଯାଇଛି। ସେହିପରି ୨୪-୨୫ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ଏନଏସଏସ ୟୁନିଟକୁ ବେଷ୍ଟ ୟୁନିଟ ଭାବେ ପୁରସ୍କୃତ କରାଯାଇଛି। ବିଶ୍ବବିଦ୍ୟାଳୟସ୍ତରୀୟ ବେଷ୍ଟ ୟୁନିଟ ପୁରସ୍କାର ପାଇଥିବା କଲେଜ ଓ ଏହାର କାର୍ଯ୍ୟକ୍ରମ ଅଧିକାରୀମନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାରଳା ମହାରାଜା ଯାନ୍ତ୍ରିକ କଲେଜର ଡକ୍ଟର ଚିତ୍ତରଞ୍ଜନ ମଲ୍ଲିକ, ଗଜପତି ଜିଲ୍ଲା ଶ୍ରୀରାମ ଡିଗ୍ରି କଲେଜ କାଶିନଗରୁ ବିଶ୍ବରଞ୍ଜନ ଗୌଡ ଓ କନ୍ଧମାଳ ଜିଲ୍ଲା ରାଇକିଆ ସ୍ଥିତ ଜେଜେ ମହାବିଦ୍ୟାଳୟର ପ୍ରମୋଦ କୁମର ନାୟକ। ଏତଦବ୍ୟତତ ଶ୍ରେଷ୍ଠ ବୃକ୍ଷରୋପଣ ପାଇଁ ଶ୍ରୀ ବେଲେଶ୍ବର ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଗଣେଶ ସାହୁ, ଶ୍ରେଷ୍ଠ ରକ୍ତଦାନ ୟୁନିଟ ଭାବେ ନିଷ୍ଟ ବିଶ୍ବବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ମହମ୍ମଦ ରିଆଜୁଧିନ, ଶ୍ରେଷ୍ଠ ଇନୋଭେସନ ୟୁନିଟ ଭାବେ ଏନଏସଏସ ପିଜି ୟୁନିଟର ଡକ୍ଟର ଶଙ୍କରର୍ଷଣ ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଛି। ଜାତୀୟ ସେବା ଯୋଜନା ବ୍ୟୁରୋରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ସୁଶାନ୍ତ କୁମାର ସାହୁ, ସରିପା ପ୍ରଧାନ, ଚିରଞ୍ଜିବି ବଡତ୍ୟା, ବିଜୟଲକ୍ଷ୍ମି ମହାନ୍ତିଙ୍କୁ ସ୍ମାରକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବିଶିଷ୍ଟ ସ୍ବେଚ୍ଛାସେବୀ ମଧୁସୁଦନ ଦାସ ଯୋଗ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ୫୦ଟି କଲେଜରୁ ଦୁଇଶଶହରୁ ଅଧିକ ସ୍ବେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିଷ୍ଠା ଦିବସ ଉତ୍ସବର ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପଣ୍ଡା ଅତିଥିଙ୍କୁ ସ୍ବାଗତ କରିବା ସହ ୨୪-୨୫ ବର୍ଷରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣି ପଠ କରିଥିଲେ। କାର୍ଯ୍ୟକ୍ରମକୁ ସ୍ବସ୍ତି ସୁନ୍ଦର ସିଅ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ଗଜରତି ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସନ୍ୟାସୀ ବେହେରା ଓ କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ।