ନିଷ୍ଟ ବିଶ୍ୱବିଦ୍ୟାଳୟ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ କ୍ଲବ ତରଫରୁ ୱେବିନାର୍ର ଆୟୋଜନ

ଗୋପାଳପୁର,୨୪/୦୯
ନିଷ୍ଟ ବିଶ୍ୱବିଦ୍ୟାଳୟ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ କ୍ଲବ ପକ୍ଷରୁ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ ୱେବିନାର୍ଟି ହାଇବ୍ରିଡ୍ ମୋଡ୍ ରେ ସଫଳତାର ସହିତ ଆୟୋଜିତ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବିଶ୍ୱସ୍ତରୀୟ ମାନ୍ୟତା ପୁରସ୍କାରପ୍ରାପ୍ତ ଏବଂ ଆପଲରେ ଇଞ୍ଜିନିୟରିଂ ପ୍ରୋଗ୍ରାମ ମ୍ୟାନେଜର ଡ଼. କାର୍ତିକ କମ୍ଭାପାଥି ଯୋଗଦେଇ କ୍ଲାଉଡ୍ କମ୍ପ୍ୟୁଟିଙ୍ଗର ବିକାଶଶୀଳ ପରିଦୃଶ୍ୟ, ସେବା, ପ୍ରୟୋଗ ଓ ସୁରକ୍ଷା ସମସ୍ୟା ସମ୍ବନ୍ଧରେ
ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଜ୍ଞାନ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଘାଟନ ନିଷ୍ଟ ବିଶ୍ୱବିଦ୍ୟାଳୟ ର ଏକାଡେ଼ମିକ ଡିନ ଡ଼. ପି. ରାଜେଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ୱେବିନାର୍ କ୍ଲବ୍ ର ପରାମର୍ଶଦାତା ପ୍ର. ଅଶିଷ କୁମାର ଦାଶ ଙ୍କ ତତ୍ୱାବଧାନ ରେ ଆୟୋଜିତ ହୋଇଥିଲା । ଏହି ୱେବିନାର୍ରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହିତ ୩୦ରୁ ଅଧିକ କ୍ଲବ୍ ର ସକ୍ରିୟ ସଦସ୍ୟ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମଟି କ୍ଲବ ସଭାପତି ସୁଭସ୍ରୀ ସାହୁ ଓ କ୍ଲବ୍ ସମ୍ପାଦକ ଆସିସ୍ ଅଶୁତୋଷ ସାହୁଙ୍କ ନେତୃତ୍ୱରେ ସୁଚାରୁ ଭାବେ ପରିଚାଳିତ ହୋଇଥିଲା । ତୃତୀୟ ବର୍ଷ ଛାତ୍ର ସୌରଭ କ୍ରିଷ୍ଣା ଏବଂ ଛାତ୍ରୀ ସୁଦିକ୍ଷ୍ୟା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।