Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକାସା ଗ୍ରୁପ ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷରୋପଣ। ଗୋପାଳପୁରରେ ନୂଆ ହୋଟେଲ୍ ଖୋଲିବ ଭିକାସା ଗ୍ରୁପ୍

ଗୋପାଳପୁର, ୨୪/୯
ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ସହଯୋଗୀ ସଂସ୍ଥା ଭିକାସା ପକ୍ଷରୁ ଗୋପାଳପୁରରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁରର ରୋଟାରୀ କ୍ଲବ୍ ସହଯୋଗରେ ଚିଲିକେଶ୍ବର ମହାଦେବଙ୍କ ମନ୍ଦିର ନିକଟରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶ ସୁରକ୍ଷା କରିବା ସହ ସତେତନତାର ବାର୍ତ୍ତା ନେଇ ଭିକାସା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ୧୨୦୦ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦକ୍ଷିଣ ଓଡ଼ିଶାରେ ଭିକାସା ଗ୍ରୁପ ପକ୍ଷରୁ ଏକ ଗୋପାଳପୁର ରେ ହୋଟେଲ୍ ସେବା ଆରମ୍ଭ ହେବାକୁ ଯାଉଛି। ଏବେ ଏହି ହୋଟେଲ୍ ନିର୍ମାଣ ପର୍ଯ୍ୟାୟରେ ରହିଛି। ମୋଟ୍ ୩୨ ହଜାର ସ୍କୋୟାରଫୁଟ ଅଞ୍ଚଳ ପରିସରରେ ଏହି ହୋଟେଲ ନିର୍ମାଣ କରାଯିବ। ଏହାର ୭୦ ପ୍ରତିଶତ ଅଞ୍ଚଳକୁ ସବୁଜିମାରେ ପରିପୂର୍ଣ୍ଣ କରାଯିବ। ଆସନ୍ତା ବର୍ଷ ଦୁର୍ଗାପୂଜାରେ ଏହାର ନିର୍ମାଣ ଶେଷ କରାଯାଇ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି।ଏପରି ହୋଟଲ ନିର୍ମାଣ ଫଳରେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦିଗରେ ଏହା ଅଧିକ ସହାୟତା କରିବ। ଆଜି ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସେରନ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଡ଼କ୍ଟର ଆଞ୍ଚଲ ଚୌଧୁରୀ, ଅନ୍ୟତମ ନିର୍ଦ୍ଦେଶିକା ସିଏ ଏମ. ବୈଷ୍ଣବୀ, ସି ଏମ ଏ ସିଲା ସ୍ନେହା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଭିକାସା ଗ୍ରୁପ ପକ୍ଷରୁ ଶୈଳେନ୍ଦ୍ର ନାଗାଲିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ସହଯୋଗୀ କେ. ନଗସରନ୍ ସୁବୁଦ୍ଧି ଏବଂ ଜା ଅନିଶ ଉପସ୍ଥିତ ଥିଲେ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଖଲ୍ଲିକୋଟ ଶାଖାର ମୁଖ୍ୟ ସୌମ୍ୟ ରଂଜନ ଚୌଧୁରୀ, ଆକୃତି ମିଡ଼ିଆର ନିର୍ଦ୍ଦେଶକ ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିକାସାର ଲକ୍ଷ୍ୟକୁ ସାଧୁବାଦ୍ ଦେଇଥିଲେ। ହୋଟେଲ୍ ଭିକାସା ଆଧୁନିକ ବିଳାସତା ଓ ଆରାମର ଏକ ଅନୁପମ ସମନ୍ୱୟ ନେଇ ଗୋପାଳପୁରରେ ନିଜର ସେବା ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। ଗୋପାଳପୁରରେ ଖୁବଶୀଘ୍ର ଆରମ୍ଭ ହେବ ହୋଟେଲ୍ ଭିକାସା। ଏକ ତିନି ତାରକା ଆଧୁନିକ ବିଳାସପୂର୍ଣ୍ଣ ରିସର୍ଟ, ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି । “ଜୀବନ ଓ ଆରାମର ସଂଗମ” ମୂଳମନ୍ତ୍ର ସହିତ ଏହି ରିସର୍ଟ ଅତିଥିମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବ। ଏହି ହୋଟେଲରେ ମୋଟ୍ ୫୦ଟି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ରୁମ୍ ରହିବ। ଓଡ଼ିଶାର ସାଂସ୍କୃତିକ ଚିନ୍ତାଧାରାକୁ ପାଥେୟ କରି ଏହି ବିଳାଷପୂର୍ଣ୍ଣ ରିସର୍ଟ ବିଦେଶୀ ପର୍ଯ୍ୟଟକ ଓ ଅତିଥିଙ୍କୁ ପ୍ରକୃତି କୋଳରେ ଅନୁପମ ସୁବିଧା ଦେବାକୁ ପ୍ରତିବଦ୍ଧ। ବଙ୍ଗୋପସାଗର ଉପକୂଳରେ ରହିଥିବା ପ୍ରସିଦ୍ଧ ଗୋପାଳପୁରର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବା ସହ ଏକ ଭବ୍ୟ ଅନୁଭବ ଦେବାକୁ ଭିକାସା ପ୍ରତିଶୃତି ଦେଉଛି।

More Stories