Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଓମାର୍ଟ ଆରମ୍ଭ କଲା ଜିଓଉତ୍ସବ ୨୦୨୫, ୪୪୮୭୦ ଟଙ୍କାରୁ ଆରମ୍ଭ  ଆଇଫୋନ

ସାରା ଦେଶରେ ଉତ୍ସବର ଭାବନାକୁ ସମ୍ମାନ କରି, ଜିଓମାର୍ଟ ଗ୍ରାହକମାନଙ୍କୁ ଅତୁଳନୀୟ ସଞ୍ଚୟ, ବିସ୍ତୃତ ଉତ୍ପାଦ ଚୟନ ଏବଂ କୌଣସି ଲୁକ୍କାୟିତ ଶୁଳ୍କ ବିନା ଘର ପାଖରେ ଡେଲିଭରି ସୁବିଧା ନେଇଆସିଛି, ଯାହା ଏହାକୁ ସମସ୍ତ ପାର୍ବଣ ଆବଶ୍ୟକତା ପାଇଁ ଏକକ ଗନ୍ତବ୍ୟସ୍ଥଳ କରିଛି ।

ଧମାକା ସହିତ ସିଜନ ଆରମ୍ଭ କରି, ଜିଓଉତ୍ସବରେ ରହିଛି ୪୪୮୭୦ ରୁ ଆରମ୍ଭ ହେଉଥିବା ଆଇଫୋନ ୧୬ଇ ଯାହା ଭାରତରେ ସବୁଠାରୁ କମ ମୂଲ୍ୟ ମଧ୍ୟରୁ ଅନ୍ୟତମ । ସେଲରେ ୬୧୭୦୦ ରୁ ଆରମ୍ଭ ହେଉଥିବା ଆଇଫୋନ ୧୬ ପ୍ଲସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ସହିତ, ଗ୍ରାହକମାନେ ବ୍ଲକବଷ୍ଟର ଇଲେକ୍ଟ୍ରୋନିକ୍ସ ଡିଲ୍ ଉପଭୋଗ କରିପାରିବେ, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ୧୭,୪୯୯ ଟଙ୍କାରୁ ଆରମ୍ଭ ହେଉଥିବା ଇନଫିନିକ୍ସ ଜିଟି ୩୦, ୪୯,୫୯୦ ଟଙ୍କାରୁ ଆରମ୍ଭ ହେଉଥିବା ମ୍ୟାକବୁକକୁ ଅପଗ୍ରେଡ୍ କରିବା ସୁବିଧା, ୧୦,୪୯୦ ଟଙ୍କାରୁ ଆରମ୍ଭ ହେଉଥିବା ସାମସଙ୍ଗ ୩୨ ଇଞ୍ଚ ଟିଭି, ୫,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ସେମି-ଅଟୋମେଟିକ୍ ୱାଶିଂ ମେସିନ୍‌, ୨୨,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ଏସି, ରୋଷେଇ ଘର ଓ ଗୃହ ଉପକରଣ ଏବଂ ଅଡିଓ ଓ ଆସେସୋରିଜ୍ – ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ।

ଉତ୍ସବକାଳୀନ ସପିଂକୁ ଗ୍ରାହକଙ୍କ ପାଇଁ ଆହୁରି ଅଧିକ ଲାଭପ୍ରଦ କରିବା ପାଇଁ, ଜିଓମାର୍ଟ ଆଇସିଆଇସିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଆରବିଏଲ ବ୍ୟାଙ୍କ ସମେତ ପ୍ରମୁଖ ବ୍ୟାଙ୍କଗୁଡ଼ିକ ସହିତ ୧୦ ପ୍ରତିଶତ ପର୍ଯ୍ୟନ୍ତ ତତକ୍ଷଣାତ ରିହାତି ପ୍ରଦାନ କରୁଛି । ଭାରତରେ ଉତ୍ସବ ଋତୁ ହେଉଛି ଅଧିକ ରୁ ଅଧିକ ସପିଂ, ଅଧିକ ଉତ୍ସବ ଏବଂ ପ୍ରିୟଜନଙ୍କ ସହିତ ଅଧିକ ମୁହୂର୍ତ୍ତ । ଜିଓଉତ୍ସବ ଗ୍ରାହକମାନଙ୍କୁ ଏକାସାଙ୍ଗରେ ନିଜ ଖର୍ଚ୍ଚର ଅଧିକ ମୂଲ୍ୟ, ଅଧିକ ବିବିଧତା ଏବଂ ଅଧିକ ସୁବିଧା ଦେଇ ଏହାକୁ ସାକାର କରିଛି । ଜିଓମାର୍ଟର ବ୍ୟାପକତା ଏବଂ ଉପଲବ୍ଧତା ଦ୍ୱାରା ସମର୍ôଥତ ଏହି ଉତ୍ସବରେ ମହାନଗର, ସହର ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ପରିବାର କୌଣସି ଲୁକ୍କାୟିତ ଶୁଳ୍କ ବିନା ଘର ପାଖରେ ସମୟୋପଯୋଗୀ, ଅସୁବିଧା-ମୁକ୍ତ ଡେଲିଭରି ଉପଭୋଗ କରିପାରିବେ । ଏହା ଉତ୍ସବକାଳୀନ ସପିଂକୁ ସରଳ ଏବଂ ଚାପମୁକ୍ତ କରିବ ।