Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ନାକ ମାନ୍ୟତା ପାଇଁ ଆଇ କ୍ୟୁ ଏସି ପକ୍ଷରୁ ପ୍ରସ୍ତୁତି ବୈଠକ

ଗୋପାଳପୁର,୨୫/୯
ଗୋପାଳପୁର କଲେଜ ଅଧକ୍ଷଙ୍କ କକ୍ଷରେ ଆଜି ଗୋପାଳପୁର କଲେଜ କୁ ନାକ ମାନ୍ୟତା ପାଇଁ ଆଇ କ୍ୟୁ ଏସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l କଲେଜ ଅଧକ୍ଷ ଡ.ରାମ ପ୍ରସାଦ ପଣ୍ଡାଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିଡିସି ନିର୍ଦ୍ଧେଶକ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ଯୋଗ ଦେଇ ଥିଲେ l ଗୋପାଳପୁର କଲେଜ ନାକ ମାନ୍ୟତା ‘ବି’ ଗ୍ରେଡ଼ ମାନ୍ୟତା ପୂର୍ବରୁ ପାଇଛି l ପୁଣି ନାକ ମାନ୍ୟତା ପାଇଁ କଲେଜକୁ ନାକ ଟିମ ପରିଦର୍ଶନ କରିବା ଆସୁଥିବା ପାଇଁ ପୂର୍ବରୁ ପ୍ରସ୍ତୁତି ଆୟୋଜନ ହୋଇଛି l ଆଇ କ୍ୟୁ ଏସି ଦାୟିତ୍ୱରେ ଥିବା ସଂଯୋଜକ ଡ.ମାନସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ l ଏହି ବୈଠକରେ ନାକ ମାନ୍ୟତା ପାଇଁ କଲେଜର ଭିତ୍ତିଭୂମି,ଇ-ଲାଇବ୍ରେରୀ,ବିଜ୍ଞାନ ପରୀକ୍ଷା ଗାର, କର୍ମଶାଳା,
ପାଠଚକ୍ର,ସମ୍ମିଳନୀ,ଛାତ୍ର,ଛାତ୍ରୀ ନିମନ୍ତେ ଶୌଚାଳୟ,ଛାତ୍ରୀ ନିବାସ ଆଦି ଉପରେ ଆଲୋଚନା ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଏମ ଏସ ଏମଇ ନିର୍ଦ୍ଧେଶକ ଭି.ରାମାରାଓ,ଅରୁଣା ଏନ ଜି ଓର ନିର୍ଦ୍ଧେଶକ ଡ.ଲୋକନାଥ ମିଶ୍ର,ସମବାୟ ପ୍ରଶିକ୍ଷଣ କେନ୍ଦ୍ରର ଅଧକ୍ଷ କ୍ରୀଷ୍ଣା ନନ୍ଦ,ପ୍ରଶାସନିକ ଅଧିକାରୀ ଡ.ମନୋଜ ପଟନାୟକ,ଦେବୀ ପ୍ରସାଦ ପାଢ଼ୀ,ଉମାକାନ୍ତ ସାହୁ,ଡ.ସୁଚିତ୍ରା ବେହେରା,ଡ.କଳାଚାନ୍ଦ ଦାଶ,ଡ.ହରିଚନ୍ଦ୍ର ବିଷୋୟୀ,ଡ.ଉମେଶ ଚନ୍ଦ୍ର ପାଣିଗ୍ରାହୀ,ଅବିନାଶ ମିଶ୍ର, ଛାତ୍ର ପ୍ରତିନିଧି ସୀତୁନ ଗନ୍ତାୟତ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ପ୍ରକାଶ କରିଥିଲେ l ଏ ନେଇ ସିଡିସି ନିର୍ଦ୍ଧେଶକ ଡ.ପଣ୍ଡା ୱାଇ ଫାଇ କ୍ୟାମ୍ପସ,ଜୋନାଲ ପ୍ରସ୍ତୁତ କରିବା,ସମ୍ମିଳନୀ କରିବା ଓ ପୁରାତନ ଛାତ୍ର ସଂଗଠନ ଦୃଢ଼ କରିବା,ବିଜ୍ଞାନ ପରୀକ୍ଷା ଗାରରେ ଉନ୍ନତ ମାନର ଉପକରଣ ବ୍ୟବହାର କରିବା,ସୋସିଆଲ ଆକ୍ଟିବିଟିସ,କଲେଜର ସମସ୍ତ ତଥ୍ୟ ଗୁଡ଼ିକୁ ଫୋଟ ଗ୍ରାଫି ଓ ଭିଡ଼ିଓ କରିବା,ସାମାଜିକ ସଚେତନତା ଆଦି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଏ ନେଇ କଲେଜ ଅଧକ୍ଷ ଡ଼.ପଣ୍ଡା ପୂର୍ବରୁ କଲେଜ ବି’ ଗ୍ରେଡ଼ ମାନ୍ୟତା ପାଇଛି l ନାକ ପରିଦର୍ଶନ କୁ ନଜରରେ ରଖି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି l ଚଳିତ ଥର ନାକ ବି’ ଗ୍ରେଡ଼ ମାନ୍ୟତା ଠାରୁ ଅଧିକ ଆଶା ରହିଥିବା କହିଛନ୍ତି l ଶେଷରେ ଆଇ କ୍ୟୁ ଏସି ସଂଯୋଜକ ଡ଼.ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories