Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗା କ୍ଳବ ର ଶାରଦୀୟ ପୂଜା ନେଇ ପ୍ରସ୍ତୁତି ବୈଠକ l

ଅସ୍ତରଙ୍ଗ,, ପୁରି ଜିଲ୍ଲା ଅସ୍ତରଙ୍ଗ ବଜାର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଦୁର୍ଗା କ୍ଳବ ର ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠାନର ସଭାପତି ଶ୍ରୀ ଦିବ୍ୟଦର୍ଶୀ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜର ଅଛି l ଏଥିରେ ତାହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ବି ଡି ଓ, ସସ୍ମିତା ବେହେରା, ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର, ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଶଶୀ ଶେଖର ସେନାପତି, ଅଗ୍ନିଶ୍ରମ ଅଧିକାରୀ ପ୍ରହଲାଦ ରାୟ ପ୍ରମୁଖ ଯୋଗ ଦାନ କରି,ହଜାର ହଜାର ଲୋକଙ୍କ ଭିଡ଼ କୁ ଆଖି ଆଗରେ ରଖି,ଦଶହରା ସମୟ ରେ ମାଙ୍କୁ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସମସ୍ୟା ଓ ତାର ନୀରା କାରଣ, ମିନା ବଜାର ରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ରାସ୍ତା ଘାଟ ଯାମ ନ କରି ସୁବିଧା ଭାବେ ଯାତାୟାତ, ଅଗ୍ନି ଦାଉରୁ ରକ୍ଷା ପାଇଁ ସୁ ବନ୍ଦୋବସ୍ତ,ମେଡିକାଲ ଟିମ ର ଉପସ୍ଥିତ, ସଠିକ ବିଦୁତସେବା ଆଦି ଉପରେ ଆଲୋଚନା କରା ଯାଇ ଥିଲା ଓ ସମସ୍ତ କାର୍ଯ୍ୟକ୍ରମ କିପରି ସଠିକ ଭାବେ କିପରି ପରି ଚାଳନା ହେବ ସେ ନେଇ ଉପରିସ୍ଥ ଅଧିକାରୀ ମାନେ ନିଜ ନିଜର ମତ ପୋଷଣ କରି ଥିଲେ l ଏହି ବୈଠକ ରେ ମା ଦୁର୍ଗା କ୍ଳବ ର ଉପ ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ସମ୍ପାଦକ ରବୀନ୍ଦ୍ର ପରିଡା, ସହ ସମ୍ପାଦକ ରାକେଶ ମହାନ୍ତି, ଉପ ଦେଷ୍ଟା ଲୋକ ନାଥ ପରିଡା, ଦୁଷ୍ମନ୍ତ ପରିଡା ଓ ପୁରନ୍ଦର ବେହେରା, କର୍ତ୍ତା ରବୀନ୍ଦ୍ର ମହାନ୍ତି, ସ୍ନାଂସ୍କୃତିକ ସମ୍ପାଦକ କମଳେଶ ଛାଟୋଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖି ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ