ବରିଷ୍ଠ କିରାନି ଅଜୟ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଅସ୍ତରଙ୍ଗ,, ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ସୁନ୍ଦର ସ୍ଥିତ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ର ବରିଷ୍ଠ କିରାନି ଅଜୟ କୁମାର ସାହୁ ଙ୍କର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ସମ୍ପୃକ୍ତ ବିଦ୍ୟାଳୟ ପରି ସରରେ ଶୁକ୍ରବାର ଦିନ ପାଳିତ ହୋଇ ଯାଇ ଅଛି l ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦନାଥ ନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟ ରେ ଶ୍ରୀ ସାହୁ ୩୬ ବର୍ଷଧରି କିରାନି ଭାବେ କାର୍ଯ୍ୟ କରି ଶିକ୍ଷକ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ l ବିଦ୍ୟାଳୟ ନିକଟରୁ ଏକ ସୁ ଶୋଭିତ ଯାନରେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ରର ତାଳେ ତାଳେ ସୁନ୍ଦର ଗ୍ରାମ ଵାସି, ତଥା ଦୁଷ୍ମନ୍ତ ବେହେରା, କୈଳାଷ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁ, ଓ ପୀତବାସ ବାରିକ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦାନ କରି ତାଙ୍କ ବସ ଭବନ ପର୍ଯ୍ୟନ୍ତ ନେବା ପରେ ସେଠି ଏକ ଭାବ ବେଗମୟ ପରିବେଶ ସୃଷ୍ଟି ହୋଇ ଥିଲା l ଏଠାରେ ପ୍ରକାଶ ଯୋଗ୍ୟ ଜେ, ମାସକ ତଳେ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୌଣସି କାରଣ ରେ ନିଲମ୍ବିତ ହୋଇ ଥିବାରୁ ବିଦ୍ୟାଳୟ ର କୌଣସି ଶିକ୍ଷକ ତଥା କର୍ମଚାରୀ ଏହି ସମ୍ବର୍ଦ୍ଧନା ସଭାରେ ସାମିଲ ନ ଥିବା ଦେଖିବାକୁ ମିଳି ନ ଥିଲା l