ଲକ୍ଷ୍ମୀପୁର ୧୮.୦୫……ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ର ଯୁବରାଜ୍ ସାହୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଶତକଡା ୯୦ ପ୍ରତିଶତ ମାର୍କ ରଖି ଏ୧ଗ୍ରେଡ୍ ରେ ପାସ୍ ହୋଇଛନ୍ତି।ସମୁଦାୟ ୬୦୦ ମାର୍କ ରୁ ୫୪୦ ମାର୍କ ରଖି ଉତିର୍ଣ ହେବା ଖବର ଲକ୍ଷ୍ମୀପୁର ସୋସିଆଲ୍ ମିଡିଆରେ ପ୍ରଚାର ହେବା ପରେ ଶୁଭେଚ୍ଚାର ସୁଅ ଛୁଟିଥିଲା।ଯୁବରାଜ୍ ଜଣେ ମେଧାବି ଛାତ୍ର,ଲକ୍ଷ୍ମୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ଏଠାରୁ ହିଁ ପାଠରେ ତାଙ୍କର ମୂଳଦୁଆ ପଡିଥିଲା।ଲକ୍ଷ୍ମୀପୁର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ରେ ନବମ ଦଶମ ପାଠ୍ୟକ୍ରମ ନଥିବା କାରଣରୁ ବ୍ରହ୍ମପୁର ସ୍ତିତ ନିଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରେ ସେ ହଷ୍ଟେଲ୍ ରେ ରହି ଅଧ୍ୟୟନ କରୁଥିଲେ।ବିଦ୍ୟାଳୟ ର ଶିକ୍ଷା ଦାନ କୁ ବାଦ୍ ଦେଲେ ଦିନକୁ ପ୍ରାୟ ୮ଘଣ୍ଟା ରୁ ଉର୍ଧ ସମୟ ପାଠ ପଢି ଏହି ସଫଳତା ପାଇଥିବା ସେ କହିଛନ୍ତି।ଏହି ସଫଳତା ପଛରେ ବିଦ୍ୟାଳୟ ର ଗୁରୁମା ଗୁରୁଜି ଙ୍କ ସମେତ ହଷ୍ଟେଲ୍ ର ୱାର୍ଡେନ
ବାପା ମଉସା ମାଉସି ଓ ପ୍ରଥମ ରୁ ମୂଳଦୁଆ ଦେଇଥିବା ସୁନିଲ୍ ଶତପଥି ସାର୍ ଙ୍କୁ ସେ ଶ୍ରେୟ ଦେଇଛନ୍ତି।ଅକ୍ଲାନ୍ତ ପରିଶ୍ରମ ହିଁ ସଫଳତା ପଛର କାରଣ ବୋଲି ସେ କହିଛନ୍ତି।ଯୁବରାଜ୍ ସାହୁ ଲକ୍ଷ୍ମୀପୁର ର ଓଡିଶା ନିୟୁଜ ର ବରିଷ୍ଟ ସାମ୍ବାଦିକ ପରମେଶ୍ବର ସାହୁ ଓ ମାତା ଭବାନି ସାହୁ ଙ୍କ ପୁତ୍ର ଅଟନ୍ତି।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଚାର ସୁଅ ଛୁଟିଛି।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ୪ଟି ବ୍ଲକରେ କେହିହେଲେ ଜଣେ ଏୱାନ୍ ଗ୍ରେଡ୍ ରେ ଚଳିତ ବର୍ଷ ଉତିର୍ଣ ହୋଇନଥିବା ବେଳେ ଲକ୍ଷ୍ମୀପୁର ସଦର ର ଯୁବରାଜ୍ ସାହୁ ବ୍ରହ୍ମପୁର ରେ ଅଧ୍ୟୟନ କରି ଏହି ସଫଳତା ହାସଲ କରିଛନ୍ତି..ଆଗକୁ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢି ସମାଜ ସେବା ସହ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି
ମାଟ୍ରିକ୍ ରେଜଲ୍ଟ୯୦ ପ୍ରତିଶତ ମାର୍କ ରଖି ଉତିର୍ଣ ହେଲେ ଯୁବରାଜ୍
