Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ପିୟୁଷ ବେଲଗୁଣ୍ଠା ଏନ ଏ ସି ଟପ୍ପର

ବେଲଗୁଣ୍ଠା : ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ୍ ଦ୍ୱାରା ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ପିୟୁଷ ରଞ୍ଜନ ବେହେରା ବେଲଗୁଣ୍ଠା ଏନ୍ଏସିରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି I ସେ ମୋଟ୍ 600 ନମ୍ବର୍ ରୁ ସର୍ବାଧିକ 553 ନମ୍ବର୍ ରଖି A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି I ପିୟୂଷ ରଞ୍ଜନ ବଦାଙ୍ଗି ଗ୍ରାମର କାମଦେବ ବେହେରା ଏବଂ ଲକ୍ଷ୍ମୀ ବେହେରାଙ୍କ ସୁପୁତ୍ର ଅଟନ୍ତି I କାମଦେବ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବେ କାମ କାରୁଥିବା ବେଳେ ପିୟୂଷ ବେଲଗୁଣ୍ଠାରେ ରହି ସରସ୍ଵତୀ ବିଦ୍ୟାମନ୍ଦିରରେ ପାଠ ପଢୁଥିଲେ I ସେ ଦୈନିକ ଦଶରୁ ବାର ଘଣ୍ଟା ପାଠ ପଢୁଥିଲେ I ଭବିଷ୍ୟତରେ ସେ ଜଣେ ଡ଼ାକ୍ତର ହେବାର ଲକ୍ଷ୍ଯ ରଖିଥିବା କଥା ପ୍ରକାଶ କରିଛନ୍ତି I ପିୟୁଷ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ବାପା ମାଆଙ୍କ ସମେତ ବିଦ୍ୟାଳୟର ଗୁରୁଜୀ ଗୁରୁମା ଏବଂ ଟ୍ୟୁଟର ପ୍ରଦ୍ୟୁମ୍ନ ଦାଶଙ୍କୁ ଦେଇଚ୍ଥନ୍ତି I

More Stories