ତାରାତାରିଣୀ ପୀଠରେ ଅଟଳ ଯୁବ ବାହୀନି ତରଫରୁ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ।

ଗୋପାଳପୁର,୦୧/୧୦
ଶକ୍ତି ପୀଠ ତାରାତାରିଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଅଟଳ ଯୁବ ବାହୀନି ତରଫରୁ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭାରତର ଯସଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଆହ୍ୱାନ କ୍ରମେ ଆତ୍ମ ନିର୍ଭର ଭାରତ ଓ ଲୋକାଲ ଫର୍ ଭୋକଲକୁ ଆଖି ଆଗରେ ରଖି ସ୍ୱଦେଶୀ ଜିନିଷକୁ ଅଧିକ ରୁ ଅଧିକ ବ୍ୟବହାର କରିବା ଏବଂ ଏହା କରି ନିଜେ ସ୍ବାବଲମ୍ବୀ ହେବା ଲକ୍ଷ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ମୋଦୀଜୀଙ୍କ ସ୍ୱଦେଶୀ ପ୍ରେରଣାକୁ ଆନ୍ଦୋଳନ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। MSME’ମାନେ ଭାରତର ମୂଳଶକ୍ତି — ରୋଜଗାର, ବିକାଶ ଓ ନବୀନତାର ପ୍ରେରକ ତେଣୁ MSME ସଶକ୍ତ କରିବାକୁ ସେ କହିଥିଲେ। ଏହା ସହ ପ୍ରତ୍ୟେକ ଘର ଓ ପ୍ରତ୍ୟେକ ଦୋକାନ ସ୍ୱଦେଶୀ ହେଲେ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ ହୋଇପାରିବ ବୋଲି କହିଥିଲେ। ସେଥିପାଇଁ ସମସ୍ତେ ମେଡ୍ ଇନ୍ ଇଣ୍ଡିଆ ପଣ୍ୟ ବାଛି ଆମର ଯୁବଶକ୍ତିର ସ୍ୱପ୍ନ ଓ ପରିଶ୍ରମକୁ ବାଛିବା ପାଇଁ ସେ ଆହ୍ବାନ ଦେଇଥିଲେ। ଏହି ଅବସର ରେ ସମସ୍ତେ ସ୍ୱଦେଶୀ ଆପଣେଇବାକୁ ପାଇଁ ଶପଥ ନେଇଥିଲେ। ଏହି କାର୍ଯକ୍ରମରେ ମାନ୍ୟବର ମତ୍ସ୍ୟ ସମ୍ପଦ,ପଶୁ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମହୋଦୟ ଯୋଗ ଦେଇ ସମସ୍ତଙ୍କୁ ଗର୍ବର ସହ ସ୍ୱଦେଶୀ କିଣିବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ , ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର , ତଦ ସହିତ ଗଞ୍ଜାମ ସାଙ୍ଗଠନିକ ଜିଲ୍ଲା ସଭାପତି ସରୋଜ କୁମାର ସାବତ , ଆସ୍କା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାର ଶତାଧିକ ବିଜେପି କର୍ମୀ ଙ୍କ ସମେତ ଯୁବ ବାହିନୀର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ।