ଦେବତ୍ତର ନିମନ୍ତେ ବ୍ଲକ୍ ସ୍ତରୀୟ ଏଡଭାଇଜରି କମିଟି ଗଠନ ପାଇଁ ବୈଠକ ରେ ସଦସ୍ୟ ଚୟନ

ପଟ୍ଟାଙ୍ଗି୦୫/୧୦ତିନିବର୍ଷ ଧରି ଅଟକି ରହିଥିବା ଦେବତ୍ତର ନିମନ୍ତେ ଏଡଭାଇଜରି କମିଟି ଶେଷରେ ହୋଇ ପାରିଛି ଗଠିତ ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ କ୍ଷେତ୍ରରେ । ସୂଚନା ଅନୁଯାଇ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ସଭାପତିତ୍ୱ ରେ ବ୍ଲକ୍ ସଭାଗୃହରେ ଦେବତ୍ତର ନିମନ୍ତେ ଏଡଭାଇଜରି କମିଟି ଗଠନ ପାଇଁ ଆୟୋଜିତ ହୋଇଥିଲା ବୈଠକ । ଉକ୍ତ ବୈଠକରେ ବିଧାୟକ ରାମଚନ୍ଦ୍ର କାଡାମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବ୍ଲକ୍ ସଦର ମହକୁମାର ଭଦ୍ରବ୍ୟକ୍ତି ଙ୍କୁ ଗଠନ ହେବାକୁ ରହିଥିବା ଦେବତ୍ତର ଏଡଭାଇଜରି କମିଟି ର କାର୍ଯ୍ୟ ସମ୍ପର୍କରେ ବୁଝାଇ ଚୟନ ହେବା କୁ ଥିବା ସଦସ୍ୟ ଚୟନ ପରେ କାର୍ଯ୍ୟ କରିବା କୁ ହେବ ଏଥିସହ କମିଟି ଗଠନ ହେବା ପରେ ଉକ୍ତ କମିଟି ର କାର୍ଯ୍ୟ କାଳ ଦୁଇ ବର୍ଷ ରହିବ ବୋଲି ବୁଝାଏଇ କମିଟି ନିମନ୍ତେ ସଦସ୍ୟ ଙ୍କ ନାମ ପ୍ରସ୍ତାବ ଦେବା କୁ ଆହ୍ୱାନ ଦେଇଥିଲେ । ଏହି ସମୟରେ ନନ୍ଦପୁର ପଟ୍ଟାଙ୍ଗି ଦେବତ୍ତର ଅଧିନରେ ରହିଥିବା ୨୮ ଟି ମନ୍ଦିର ର ରକ୍ଷଣାବେକ୍ଷଣ ନିମନ୍ତେ ଉକ୍ତ କମିଟି ର ମୁଖ୍ୟ ଦାଇତ୍ଵ ରହିବା ସହ ଉକ୍ତ କମିଟି ର ପ୍ରସ୍ତାବ କ୍ରମେ ଦେବତ୍ତର ଅଧିନରେ ନଥିବା ମନ୍ଦିର କୁ ମଧ୍ୟ ଯୋଡ଼ି ହେବ ବୋଲି ବୁଝାଇ ଏଥିନିମନ୍ତେ ୨୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହେବ । ଯେଉଁଥିରେ କି ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ୧୨ ଜଣ ଏବଂ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରୁ ୧୩ ଜଣ ରହିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆସିଥିବା ଚିଠିରେ ପ୍ରସ୍ତାବ ରହିଛି । ଯେଉଁଥି ପାଇଁ କି ଉପସ୍ଥିତ ଭଦ୍ରବ୍ୟକ୍ତି ଙ୍କ ଠାରୁ ସଦସ୍ୟ ମାନଙ୍କ ନାମ ପ୍ରସ୍ତାବ କ୍ରମେ ଆସିବା ଆବଶ୍ୟକ ବୋଲି ବୁଝାଇଥିଲେ । ତହସିଲଦାର ଧାରୁଆ ଙ୍କ ପ୍ରସ୍ତାବ କ୍ରମେ ବିଧାୟକ କାଡାମ୍ , ଦିଲିପ କୁମାର ହୋତା , ପୁର୍ବତନ ସରପଞ୍ଚ ଭଗବାନ ଖରା , ପ୍ରଭାକର ସାହୁ , ଲକ୍ଷ୍ମଣ ସାହାଣୀ , ଅର୍ଜୁନ ବାଙ୍କା , ରଞ୍ଜିତ ପାଣିଗ୍ରାହୀ , ଜି କୋଟେଶ୍ୱର ରାଓ , ପ୍ରତାପ ଚୈଉଧିରି , କିରଣ ଚୈଉଧିରି , ଚନ୍ଦ୍ରଶେଖର ଚୈଉଧିରି ପରି ଅନ୍ୟମାନଙ୍କୁ ଉକ୍ତ କମିଟିର ସଦସ୍ୟ ଭାବେ ନା ଆସିଥିବା ପ୍ରସ୍ତାବ କୁ ବୈଠକରେ ପାରିତ କରା ଯାଇଥିଲା । ପରିଶେଷରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନାମରେ ରହିଥିବା ବିଭିନ୍ନ ସ୍ଥାନରେ ଜମି କୁ ଚିହ୍ନଟ କରି କିପରି ସେଠାରୁ ଉକ୍ତ ମନ୍ଦିର ପାଇଁ ଅନୁଦାନ ଆସିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ଯାହାକି ବିଧାୟକ କାଡାମ୍ ଉକ୍ତ ଜଗନ୍ନାଥ ମନ୍ଦିର ନାମରେ କେଉଁଠି କେତେ ଜମି ଅଛି ତାକୁ ଚିହ୍ନଟ କରିବା ପାଇଁ ତହସିଲଦାର ଧାରୁଆ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଉକ୍ତ ମନ୍ଦିର ଏବଂ ଶିବ ମନ୍ଦିର ଅନେକ ପୁରୁଣା ହୋଇଥିବା ବେଳେ ଏହା ରକ୍ଷଣାବେକ୍ଷଣ ଅଭାବରୁ ବର୍ଷା ହେଲେ ମନ୍ଦିର ରେ ବର୍ଷା ପାଣି ଗଳୁଥିବା ସହ ଏହାକୁ ଅତିଶୀଘ୍ର ମରାମତି କରିବା ଆବଶ୍ୟକ ରହିଛି ବୋଲି ବିଧାୟକ କାଡାମ୍ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିରଣ ଚୈଉଧିରି । ଯେଉଁଥିରେ କି ବିଧାୟକ କାଡାମ୍ ଅବ୍ୟବସ୍ଥା କୁ ହୃଦଗମ କରି ନିଜସ୍ୱ ପାଣ୍ଠିରୁ ଅନୁଦାନ ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ବିଡ଼ିଓ ରାମକ୍ରିଷ୍ନା ନାୟକ ଙ୍କ ସମେତ ବ୍ଲକ୍ ସଦର ମହକୁମାର ଅନେକ ଭଦ୍ରବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଏଠାରେ ସୂଚନା ଥାଉକି ଦେବତ୍ତର କମିଟିର ଏଡଭାଇଜର କମିଟି ଗଠନ କରିବା ପାଇଁ ପୁର୍ବରୁ ୦୮ ଥର ହେଲା ଚେଷ୍ଟା କରା ଯାଇ ବିଫଳ ହୋଇଥିଲା ।