ବ୍ରହ୍ମପୁର ସାଂସଦଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୋପାଳପୁର:ଗୋପାଳପୁର ନିର୍ବାଚନମଣ୍ଡଳୀର ଜି. ଜଗନ୍ନାଥପୁର ଠାରେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗଞ୍ଜାମ ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ନେଇ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ରାଜନୀତି ସରଗରମ ହେବାର ଦେଖିବାକୁ ମିଳିଛି । ନିର୍ବାଚନ ମଣ୍ଡଳୀ ର ଦୁଇ ଡଜନ ରୁ ଉର୍ଦ୍ଧ୍ବ ସରପଞ୍ଚ ସମିତି ସହ ବିଗତ ଦିନରେ ବିଜେପିର ୫୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚନ ଲଢିଥିବା ଜନୈକ ଯୁବ ନେତା ଶୁଭାଶିଷ ସାହୁ ଏବଂ ରଣ୍ଢା ସରପଞ୍ଚଙ୍କ ଉପସ୍ଥିତ ନେଇ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲା ରାଜନୈତିକ ପାଣିପାଗରେ ଝଡ଼ ସୃଷ୍ଟି ହୋଇଛି। ବିଗତ ଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିରୋଧୀ ଦଳ ନେତାଙ୍କ ଶିଷ୍ୟ ଭାବରେ ପରିଚିତ ଜନୈକ ଯୁବନେତା ବର୍ତ୍ତମାନ ପ୍ରଦୀପ ପାଣିଗ୍ରାହୀଙ୍କ କ୍ୟାମ୍ପରେ ବିଜେପି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମରେ ରହିବା ନେଇ ଭୃକୁନ୍ଚନ ସୃଷ୍ଟି ହୋଇଛି। ସରପଞ୍ଚ ସମିତି ସହ ଉଭୟ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀ ଏବଂ ବର୍ତ୍ତମାନ ବିଧାୟକ ବିଭୂତି ଭୂଷଣ ଜେନା ଙ୍କ ମଧ୍ୟରେ ରାଜନୈତିକ ଟଣାଓଟରା ବେସ୍ ରୋଚକ ପରିସ୍ଥିତି ସୃଷ୍ଟି କରିଛି।ଆଜିର ସମିକରଣ ଆଗକୁ ଗଞ୍ଜାମର ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୀତି ପାଣିପାଗ ସ୍ପଷ୍ଟ ହେବ ବୋଲି ଆଲୋଚନା ଜୋର ଧରିଛି।ଆଉ ୧୭ ମାସ ପରେ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀର ରାଜନୀତି ପାଇଁ ମୂଲ୍ୟାୟନ ଏବେଠାରୁ ଦ୍ୱନ୍ଦ ସୃଷ୍ଟି କରିଛି। ଯେହେତୁ ମନ୍ତ୍ରୀ ବିଭୁତି ଭୁଷଣ ଜେନାଙ୍କ ନିର୍ବାଚନ ମଣ୍ଡଳୀ ସହ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବ୍ରହ୍ମପୁର ସାଂସଦଙ୍କ ନିର୍ବାଚନ ମଣ୍ଡଳୀ ସମଗ୍ର ଗଞ୍ଜାମ ଜିଲ୍ଲାର ରାଜନୀତି ପରିସ୍ଥିତି ଉପରେ ଛାପ ଏବଂ ଚାପରେ ପ୍ରସଂଗ ସୃଷ୍ଟି କରିଛି ତାହା ହିଁ ୨୦୨୭ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ବୋଲି ଜଣାପଡିଛି।