Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦର୍ଶ ଛାତ୍ରୀ ସ୍ବର୍ଗତ ଅର୍ପିତା ଶିଶୁ ଉଦ୍ୟାନ ଉଦଘାଟନ ଓ ପ୍ରତିମୂର୍ତ୍ତି ଲୋକାର୍ପିତ

ଅମ୍ବାଭୋନା୦୭।୧୦।୨୫ ବରଗଡ ଜିଲ୍ଳା ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମ ର
ପ୍ରଭାକର ଭୋଇ ଓ ବିନୋଦିନି ଙ୍କ କନ୍ଯା ଆଦର୍ଶ ଛାତ୍ରୀ ଅର୍ପିତା ଭୋଇ ଶିଶୁ ଉଦ୍ୟାନ ଉଦଘାଟନ ଉତ୍ସବ ଓ ପ୍ରତିମୂର୍ତ୍ତି ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ଗଣେଶ ଫଟୋ ଚିତ୍ର ରେ ଧୂପ ପୁଷ୍ପ ପ୍ରଦାନ କରି କାର୍ଯ୍ଯକ୍ରମ କୁ ଶୁଭାରମ୍ଭ କରିଥିଲେ। ସ୍ବର୍ଗତ ଅର୍ପିତା ଭୋଇ ଙ୍କ ସ୍ମତି ଉଦ୍ଦେଶ୍ଯ ରେ ତାଙ୍କ ବାପା ପ୍ରଭାକର ଭୋଇ ଓ ମାତା ବିନୋଦିନି ଭୋଇ ଙ୍କ ଉଦ୍ଯମ ରେ ନିଜସ୍ବ ଜମି ରେ ନବ ନିର୍ମିତ ଶିଶୁ ଉଦ୍ୟାନ କୁ ଅତିଥି ମାନଙ୍କ ଦ୍ବାରା ଲୋକାର୍ପଣ କରିଥିଲେ।ବରିଷ୍ଠ ନାଗରିକ ଜୀବର୍ଦ୍ଧନ ସାହୁ ଙ୍କ ସଭାପତିତ୍ବ ରେ ସ୍ମତି ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ପାଇକମାଲ ର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ନିଧି ମେହେର, ମୁଖ୍ଯବକ୍ତା ପୂର୍ବତନ ସରପଞ୍ଚ ସୁଧିର ପଧାନ, ସମ୍ମାନୀତ ଅତିଥି ନାଟ୍ଯକାର ଝସକେତନ ସାହୁ, ବରିଷ୍ଠ ନାଟ୍ଯ ନିଦ୍ଦେର୍ଶକ ନରେନ୍ଦ୍ର କୁମାର ପଣ୍ତା, ଅବସରପ୍ରାପ୍ତ ଶିକ୍ଷକ ବୈଷ୍ଣବ ଚରଣ ଭୋଇ, ସୁନାଶୀର ଭୋଇ, ଟିକାରାମ ଭୋଇ, ମାଧୁରୀ ସାହୁ, ଥବୀର ସାହୁ, ପ୍ରକାଶ ସାହୁ, ରାଜେନ୍ଦ୍ର ଦେହେରୀ, ସେବକର ପଧାନ, ସନ୍ତୋଷ ମାଝୀ, ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର କୁମାର ସାଏ ,ଶିବ ନାୟକ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ଛାତ୍ରୀ ଅର୍ପିତା ଭୋଇ ଙ୍କ ସ୍ମତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସର ରେ ଗଣ୍ଠିଆପାଲି ଗ୍ରାମ ବାଲିକା ଆୟେଷୁ ସାହୁ, ସୁହାନା ସାହୁ, ପୂଜା ମାଝୀ ବାଲକ ସିଦ୍ଧାର୍ଥ ଭୋଇ, ସୋମ ପ୍ରକାଶ ଭୋଇ ଏବଂ ବେନିଆଁପାଲି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କାଲୋ, ଯୁଧିଷ୍ଠିର ସେଠ, ଭଜନ ପଧାନ, ମହେନ୍ଦ୍ର ପଧାନ ପ୍ରମୁଖ ସ୍ମତି ଉଦ୍ଦେଶ୍ଯ ରେ ସ୍ମତିଚାରଣ କରିଥିଲେ। ଆଦର୍ଶ ଛାତ୍ରୀ ଙ୍କ ସ୍ମରଣ ରେ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଚନ୍ଦ୍ର ମଣୀବେହେରା, ମହେନ୍ଦ୍ର କୁମାର ସାଏ, ପ୍ରତିମୂର୍ତ୍ତି ନିର୍ମାଣ କାରୀ ଚିତ୍ରଶିଳ୍ପୀ ଅମୂଲ୍ଯ ଭୋଇ ଏବଂ ଉଦ୍ୟାନ ନିର୍ମାଣ ରେ ଆନୁଷଙ୍ଗିକ ବ୍ଯବସ୍ଥା କରିଥିବା ବ୍ଯକ୍ତି ବିଶେଷ ଭାବେ ଆଲୋକ ଷ୍ଟୁଡିଓ ଦେବେନ୍ଦ୍ର ପ୍ରଧାନ, ଦଶରଥ ପୋଢ, ସରୋଜ ପଧାନ, ଆନନ୍ଦ ଭୋଇ, ପ୍ରଶାନ୍ତ ଭୋଇ, ଚନ୍ଦ୍ରଜୀତ ପଧାନ, ଛବିଲାଳ ଭୋଇ, ପ୍ରଶାନ୍ତ ସାହୁ, ସୁଶିଲ ପଧାନ, ସୁନୀଳ ଷ୍ଟିଲ ସମେତ ମଞ୍ଚାସୀନ ଅତିଥି ଗଣ ଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସଭା ସଂଯୋଜନା ଜନକ ରାମ ବାରିକ ଓ ପରିଶେଷ ରେ ପ୍ରମୋଦ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ