ପରୋପକାରୀ ମହିଳା ଶୁକଲତା ମହାନ୍ତି ଙ୍କ ପର ଲୋକ l

ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମର ଜଣେ ପରୋପ କାରୀ, ସ୍ନେହମୟୀ ମହିଳା ଶୁକଲତା ମହାନ୍ତି ଙ୍କର ଇତି ମଧ୍ୟରେ ପରଲୋକ ଘଟିଛି l ସେତେବେଳେ କୁ ତାଙ୍କର ବୟସ ୭୯ ବର୍ଷ ହୋଇ ଥିଲା ଓ କିଛି ଦିନ ଶୁକ ଶଯ୍ୟା ଶାୟୀ ଥିଲେ l ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୬ଘଟିକା ସମୟ ରେ ତାଙ୍କର ପାଟଳଦା ବାସ ଭବନ ଠାରେ ଏକାଦଶାହ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଵା ସହ, ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ ରହିଥୁବା ତାଙ୍କର ପୁତ୍ର ଦରିଦ୍ର ଭଂଜନ ମହାନ୍ତି ଜଣାଇ ଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଜେ ଶୁକଲତା ଙ୍କର ସ୍ୱାମୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ମହାନ୍ତି ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ଜଣେ ଭଲ ଶିକ୍ଷକ ଥିଲେ l ଶୁକଙ୍କ ର ମର ଶରୀର କୁ ପୁରୀ ନିଆ ଜାଇ ସ୍ୱର୍ଗ ଦ୍ଵାର ଠାରେ ଦିଅର ଅମୀୟ କୁମାର ପଟନାୟକ, ଝିଅ ଶିକ୍ଷୟତ୍ରୀ ବିଦୁଲତା ମହାନ୍ତି, ଓ ସ୍ନେହଲତା ମହାନ୍ତି, ବନ୍ଧୁ ପରିଜନ ଙ୍କ ଉପ ସ୍ଥିତିରେ ଶବ ଦାହ କରା ଯାଇ ଥିଲା l ପୁତ୍ର ଦରିଦ୍ର ମୁଖାଗ୍ନି ଦେଇଥିଲେ l