ଭାରତରେ କାନାଡ଼ାର ବୈଦେଶିକ ମନ୍ତ୍ରୀ ; ଭେଟିବେ ଜୟଶଙ୍କର ଏବଂ ପିୟୁଷ ଗୋୟଲ

ଖାଲିସ୍ତାନ ସମର୍ଥକ ବିଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ଭାବ୍ୟ ସମ୍ପୃକି ଅଭିଯୋଗକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା | ଏହା ପରେ ଜୁନ୍ ମାସ G7 ସମ୍ବିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡିୟ ପ୍ରତିପକ୍ଷ ମାର୍କ କାର୍ନିଙ୍କ ସାକ୍ଷାତାରର ଚାରି ମାସ ପରେ କାନାଡ଼ାର ବୈଦେଶିକ ମନ୍ତ୍ରୀ ଭାରତ ଗ୍ରସ୍ତ କରିଛନ୍ତି | ସମ୍ପର୍କରେ ଶୀତଲତା ଏବଂ ସ୍ୱାଭାବିକ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ରବିବାର ସନ୍ଧ୍ୟାରେ ଆସି ପଂହଁଚିଛନ୍ତି | କାନାଡ଼ାର ବୈଦେଶିକ ମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଭାରତ ଗ୍ରସ୍ତ | ବୈଦେଶିକ ମନ୍ତ୍ରାଳୟ କହିବା ଅନୁଯାୟୀ, ସେ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟିବେ |