Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଳପଦର ଗାଁ ରୁ ବେଆଇନ ଚାଳିଶ ଲିଟର ମଦ ଜବତ; ଜଣେ ଗିରଫ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ଗ୍ରାମରୁ ବେଆଇନ ଭାବେ ବିକ୍ରି ହେଉଥିବା ୪୦ଲିଟର ଦେଶି ମଦ ଜବତ ହେବା ସହିତ ଜଣେ ବ୍ୟକ୍ତି କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଯୁବକ ଜଣକ ହେଲେ ବହଳପଦର ଗ୍ରାମର କମ୍ଭୁ ପ୍ରସାଦ ଭୋଇ(୪୧) । ସୁଚନାମତେ ଗୁରୁବାର ପୂର୍ବହ୍ନରେ ଅବକାରୀ ବିଭାଗ ଖବର ପାଇ ବହଳପଦର ସ୍କୁଲ ପଖରେ ଥିବା ଏକ ଦୋକାନରେ ଚଢାଉ କରିଥିଲେ । ଉକ୍ତ ଦୋକାନୀ ଦେଶି ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ପୂର୍ବରୁ ଅଭିଯୋଗ ହେଉଥିଲା । ଚଢାଉ ବେଳେ
ଦୋକାନରୁ ୪୦ ଲିଟର ଦେଶି ମଦ ଜବତ କରିବା ସହିତ ବିକ୍ରି କରୁଥିବା କମ୍ଭୁ ପ୍ରସାଦ ଙ୍କୁ ଗିରଫ କରିଛି ଅବକାରୀ ବିବାଗ। ଏନେଇ କେସ ନଂ ୩୦/୨୩ ରେ ଏକ ମାମଲା ରୁଜୁ ହୋଇଛି। ଅବକାରୀ ଏସଆଇ ସୁମିତ୍ରା ହେମ୍ବ୍ରମ ଙ୍କ ତତ୍ବାବଧାନରେ ଚଢାଉ ବେଳେ ଅବକାରୀ ଏଏସଆଇ ଚିତ୍ତ ରଞ୍ଜନ ଦାଶ, କନେଷ୍ଟବଳ ଉରଭି ମାଝି,ରାଜିବ ଭଞ୍ଜ ଓ ସିତାରାମ ପଧାନ ପ୍ରମୁଖ ସାମିଲ ଥିଲେ। ସୁଚନାଯୋଗ୍ୟ ବହଳପଦର ଅଂଚଳରେ ଚୋରା ରେ ଦେଶି ମଦ ପ୍ରସ୍ତୁତି କରି ବିକ୍ରି କରାଯାଉଥିଲା। ଏହା ସହିତ ଉକ୍ତ ପଞ୍ଚାୟତର ଗୌଡଗାଡ, ଫବସିପାଲି, ଭାଲୁଡୁଙ୍ଗୁରି, ବିଶାଲପାଲି, ପାତ୍ରପାଲି, ହାତିଲିମୁଣ୍ଡା ସମେତ ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର ଛକ , ଦାଦରପାଲି, ଠେଙ୍ଗୋଡ୍ୟାମ, କୁଞ୍ଜାପାଲି, ସାଗଯୋରୀ, ଗୋଘାଟ,ଦୁର୍ଜନତୈଲା ଆଦି ଗ୍ରାମର ଜଙ୍ଗଲରେ ବ୍ୟାପକ ମଦ ପ୍ରସ୍ତୁତ କରି ବିକ୍ରି କରିବା ସହିତ ବାହାର କୁ ଚୋରା ରେ ପଠାଯାଉଛି। ଉକ୍ତ ଅଞ୍ଚଳରେ ଦେଶି ବିଦେଶି ମଦ ପ୍ରସ୍ତୁତ କରି ବିକ୍ରି ହେଉଥିବାରୁ ବ୍ୟାପକ ଜନ ଅସନ୍ତୋଷ ଦେଖାଯାଉଛି। ଅନେକ ସମୟରେ ଛୋଟବଡ ଗଣ୍ଡଗୋଲ ମଧ୍ୟ ଘଟୁଛି। ତେଣୁ ଉକ୍ତ ଅଂଚଳରେ ମଦ ବିକ୍ରି ସମ୍ପୁର୍ଣ୍ଣ ବନ୍ଦ କରିବାକୁ ସାଧାରଣରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories