ଅସ୍ତରଙ୍ଗ ରେ ଶେଷ ହେଲା ମା ଗଜଲଷ୍ମୀ ଙ୍କ ଭସାଣି ଉତ୍ସବ l

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ର ଅଗ୍ରଣୀ, ସ୍ୱଛାସେବି ଅନୁଷ୍ଠାନ “ମାଆ ଲକ୍ଷ୍ମୀ କ୍ଳବ” ପକ୍ଷରୁ ଆୟୋଜିତ ହୋଇଥିବା ଧନ ଧାତ୍ରୀ ମା,ଗଜ ଲକ୍ଷ୍ମୀ ଙ୍କ ପୂଜା ଚଳିତ ମାସ ୬ ତାରିଖ ରେ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଥିଲା। ମାଆ ଲକ୍ଷ୍ମୀ ପୂଜା ମଣ୍ଡପରେ ୭ ଦିନ ଧରି ଭକ୍ତ ମାନଙ୍କୁ ଦର୍ଶନ ଦେବାପରେ ୧୨ ତାରିଖ ରେ ବିଦାୟ ନେବା ସହ,ନିୟମ ଅନୁସାରେ ଭସାଣି କାର୍ଯ୍ୟକ୍ରମ କରାଯାଇଥିଲା। ସନ୍ଧ୍ୟା ୬ଟାରୁ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ କ୍ଳବ ସଦସ୍ୟ ଙ୍କ ଉପସ୍ଥିତି ପୁରା ମହଲ କୁ ସରଗରମ କରିରଖିଥିଲା। ଯେହେତୁ କ୍ଳବ ପକ୍ଷରୁ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ, ବର୍ତ୍ତମାନ ପରି ବର୍ତ୍ତନ ଶିଳ ପାଣି ପାଗ କୁ ଆଖି ଆଗରେ ରଖି,କିଛି ଦିନଘୁଞ୍ଚାଇ ଦିଆ ଯାଇ,ଆସନ୍ତା ୧୭ତାରିଖ ରୁ ହେବାକୁ ଥିବାରୁ ପାଞ୍ଚ ଦିନ ଆଗରୁ ଭସାଣି କାର୍ଯ୍ୟକ୍ରମ କରା ଯାଇଥିଲା ବୋଲି ସମ୍ପାଦକ ଜଣାଇ ଛନ୍ତି l