‘ବନ୍ଧୁ ସାଜିଲେ ଶିକାରୀ’ : ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଛାତ୍ରୀଙ୍କ ଦୁଷ୍କର୍ମ ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ପୁଲିସର ସୂଚନା ମୁତାବକ ପୀଡ଼ିତାଙ୍କ ପୁରୁଷବନ୍ଧୁ ଏହି ପରି ନିର୍ମମ କାଣ୍ଡ କରିଛନ୍ତି। ଏହି ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍ କରି ପୁଲିସର ତଦନ୍ତ ଜାରି ରହିଛି। ଅନ୍ୟପକ୍ଷେ ୬ ଅଭିଯୁକ୍ତଙ୍କୁ ଗିରଫ କରି ପଚାରଉଚରା କରିବାରେ ଲାଗିଛନ୍ତି। ପୀଡ଼ିତାଙ୍କ ଅନୁଯାୟୀ, ଏହି ଦୁଷ୍କର୍ମରେ ତାଙ୍କ ପୁରୁଷ ବନ୍ଧୁଙ୍କ ସମାନ ସହଯୋଗ ରହିଛି। ତାଙ୍କ ଅଭିଯୋଗ ମୁତାବକ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାହାରକୁ ଯାଇଥିଲେ। ପରେ ତାଙ୍କୁ କ୍ରମାଗତ ଭାବରେ ନିର୍ଯାତନା ଦେଇଥିଲେ।
ଫରେନସିକ୍ ଲ୍ୟାବରେ ପରୀକ୍ଷା କରିବା ପାଇଁ ଘଟଣା ସମୟରେ ପିନ୍ଧିଥିବା ପୋଷାକକୁ ମଧ୍ୟ ନିଆଯାଇଛି। ସେପଟେ ଅଭିଯୁକ୍ତଙ୍କ ପୁରୁଣା ରେକର୍ଡକୁ ମଧ୍ୟ ଛାନଭିନ କରାଯାଉଛି। ଏହି କ୍ରମେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ପୁଲିସ ଦର୍ଶାଇଛି। ଏହି ଦୁଷ୍କର୍ମ ସମୟରେ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ। ଦୁଷ୍କର୍ମ ପୂର୍ବରୁ ପ୍ରଥମେ ନିର୍ଯାତନା ଦିଆଯାଇଥିଲା। ଏହା ପରେ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରାଯାଇଥିଲା।
ତେବେ ଘଟଣାରେ ଆଉ ୫ ଅଭିଯୁକ୍ତ ସାମିଲ ଥିଲେ। ସେମାନେ ଏ ସବୁ ଦୃଶ୍ୟକୁ ଦେଖୁଥିଲେ। ପୀଡ଼ିତାଙ୍କ ଚିତ୍କାର କରିବା ମାତ୍ରେ ତାଙ୍କୁ ଧମକ ମଧ୍ୟ ଦିଆଯାଇଥିଲା , ଯଦି ସେ ଅଧିକ ଚିତ୍କାର କରନ୍ତି ତେବେ ସେ ଆଖପାଖର ଲୋକଙ୍କୁ ମଧ୍ୟ ଡାକି ଆଣି ୟେ ଦୃଶ୍ୟ ଦେଖାଇବେ। ପୀଡିତା ଜଣକ ନିଜ ବୟାନରେ ଏଭଳି କହିଛନ୍ତି।