Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜାପୁର ବ୍ଲକ ରେ ମ୍ୟାଟ୍ରିକ ପରୀକ୍ଷାର ପାସ ହାର 98.45 ପ୍ରତିଶତ

ବୀରମହାରାଜାପୁର : ପ୍ରକାଶ ପାଇଛି ମ୍ୟାଟ୍ରିକ ପରୀକ୍ଷା ଫଳ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ୯୮.୪୫ପ୍ରତିଶତ ସଫଳତାର ସହିତ ପାସ କରିଛନ୍ତି । ବ୍ଲକର ୧୯ଟି ସ୍କୁଲର ୧୪୮୮ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜିକୃତ ହୋଇଥିଲେ।ତନ୍ମଧ୍ୟରୁ ୧୪୭୬ଜଣ ପରୀକ୍ଷା ଦେଇଥିଲେ ଓ ୧୧ଜଣ ପରୀକ୍ଷାର୍ଥି ଅନୁପସ୍ଥିତ ରହିଥିଲେ। । ଦୁଇ ଜଣ ଏ-୧ ଗ୍ରେଡ ରେ ପାସ କରିଛନ୍ତି। ବ୍ଲକର ସରକାରୀ ବାଳିକା ହାଇସ୍କୁଲର ବିଶ୍ବରୂପା ସାହୁ ୫୫୫ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ବାପୁଜୀ ହାଇସ୍କୁଲ କମିରା ର ଛାତ୍ର ଅନିଲ ପଧାନ ୫୪୦ନମ୍ବର ରଖି ବ୍ଲକରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୪୧ଜଣ ଏ-୨ ଗ୍ରେଡ,୧୮୨ଜଣ ବି-୧ ଗ୍ରେଡ,୩୧୭ଜଣ ବି-୨ ଗ୍ରେଡ,୩୮୧ଜଣ ସି ଗ୍ରେଡ,୩୨୩ଜଣ ଡି ଗ୍ରେଡ,୨୧୩ଜଣ ଇ ଗ୍ରେଡ ରେ ପାସ କରିଛନ୍ତି। ବ୍ଲକର ୧୭ ଜଣ ପରୀକ୍ଷାର୍ଥି ଫେଲ ହୋଇଥିବା ସୁଚନା ମିଳିଛି। ବ୍ଲକର ବଡଖମାର ରେ ଥିବା ଏକ ମାତ୍ର ସଂସ୍କୃତ ସ୍କୁଲ ଥିବା ବେଳେ ଉକ୍ତ ସ୍କୁଲରୁ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରୀଛାତ୍ର ପାସ କରିଛନ୍ତି। ବ୍ଲକର ୮ଟି ସ୍କୁଲର ଫଳାଫଳ ଶତ ପ୍ରତିଶତ ହୋଇଛି। ମୁର୍ଷୁଣ୍ଢି ରଘୁନାଥ ହାଇସ୍କୁଲ, ଡୁଲେଶ୍ବର ହାଇସ୍କୁଲ,ବୀରମହାରାଜପୁର ସରକାରୀ ବାଳିକା ହାଇସ୍କୁଲ, ବଡକିରାସିରା ୟୁଜିଏଚଏସ, କମିରା ବାପୁଜି ହାଇସ୍କୁଲ, ସଂଗ୍ରାମପୁର ୟୁଜିଏଚଏଚ,ଖଣ୍ଡହତା ଇନ୍ଦିରା ଗାନ୍ଧି ହାଇସ୍କୁଲ ଓ ବଡଖମାର ସଂସ୍କୃତ ସ୍କୁଲରେ ପାସ ହାର ଶତ ପ୍ରତିଶତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ