ଲକ୍ଷ୍ମୀପୁର ମହାବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର ଓ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ।

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଯୁବ ରେଡକ୍ରସ ୟୂନିଟ ତରଫରୁ “ଗ୍ଲୋବାଲ ହେଣ୍ଡ୍ ୱାସିଂ ଡେ” ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ତତ୍ତ୍ବାବଧାନରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ହାତ ଧୋଇବା କୌଶଳଗୁଡିକ ଶିଖି ହାତ ଧୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ଯଶୋବନ୍ତ ଗରଡା ପରିଚାଳନା କରିଥିଲେ ଏବଂ ଅଧ୍ୟାପିକା ମଧୁସ୍ମିତା ବିଶ୍ବାଳ ଓ ଅଧ୍ୟାପକ ଶୀତଳ ପ୍ରସାଦ ଦାସ ସହଯୋଗ କରିଥିଲେ।ସେହିପରି ଯୁକ୍ତ ତିନି ଜାତୀୟ ସେବା ଯୋଜନା ୟୂନିଟ ତରଫରୁ ଆୟୋଜିତ ଯୋଗ ଶିବିରରେ ସ୍ଥାନୀୟ ଯୋଗ ପ୍ରଶିକ୍ଷକ ତଥା ଏହି ଅଞ୍ଚଳର ଲୋକପ୍ରିୟ ଡାକ୍ତର ଦେବେଷ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀଙ୍କୁ ଯୋଗ ର ବିଭିନ୍ନ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ”ରାଷ୍ଟ୍ରୀୟ ପୋଷଣ ମାସ” ପାଳନ ଅବସରରେ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ ଡାକ୍ତର ବେହେରା ଛାତ୍ରଛାତ୍ରୀଙ୍କୁ ମେଦ ବହୁଳତା, ଅପପୁଷ୍ଟି ତଥା ସନ୍ତୁଳିତ ଖାଦ୍ୟ ସମ୍ବନ୍ଧିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ତଥା ବରିଷ୍ଠ ଅଧ୍ୟାପକ ଜଗନ୍ନାଥ ରଥ ମଧ୍ଯ ପୋଷଣ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ନାତକ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଯୋଗ ପ୍ରଶିକ୍ଷଣ ଶିବିରକୁ ଜାତୀୟ ସେବା ଯୋଜନା ସଂଯୋଜକ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁ ଏବଂ ରାଷ୍ଟ୍ରିୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମକୁ ବରିଷ୍ଟ ଅଧ୍ୟାପିକା ସୁଶ୍ରୀ ତିଳୋତ୍ତମା ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଦୁର୍ଯ୍ୟୋଧନ ସାହୁ ଓ ଯଶୋବନ୍ତ ଗରଡା ସହଯୋଗ କରିଥିଲେ।