Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍କୁଲ ସମୟ ବ୍ୟତୀତ ଦୈନିକ ସାତ ଘଣ୍ଟା ପରିଶ୍ରମ କରୁଥିଲି;ଅନିଲ ପ୍ରଧାନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କମିରା ସ୍ଥିତ ବାପୁଜୀ ହାଇସ୍କୁଲରେ ପଢୁଥିବା ଅନିଲ ପ୍ରଧାନ ୫୪୦ ନମ୍ବର ରଖିଛନ୍ତି। ସେ ବ୍ଲକର ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ କୁଶାଦାଦର ଗ୍ରାମର ହୋଇଥିବା ବେଳେ ତାଙ୍କ ବାପା ଶିବ ଶମ୍ଭୁ ପ୍ରଧାନ ଜଣେ ଚାଷୀ ଓ ମାଆ ମମିତା ପଧାନ ଗୃହିଣୀ ଅଟନ୍ତି। ପରୀକ୍ଷା ପାଇଁ ସେ ନିଜକୁ ଭଲ ଭାବରେ ପ୍ରସ୍ତୁତ କରିଥିଲେ।ସେ ପରୀକ୍ଷା ଫଳ କୁ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି।ସ୍କୁଲ ବ୍ୟତିତ ଦୈନିକ ୬ରୁ୭ ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି । ଭବିଷ୍ୟତରେ ସେ ଜଣେ ଆଇପିଏସ ହେବାର ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପାଇଁ ସ୍କୁଲର ଶିକ୍ଷୟିତ୍ରୀ, ଶିକ୍ଷକ,ଗୁରୁଜନ ,ମା ବାପା ଓ ପରିବାର ର ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି।