Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବଶିକ୍ଷକ ଙ୍କ ଅକାଳ ବିୟୋଗ

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ର ଜଣେ ଯୁବଶିକ୍ଷକ ଜଗବନ୍ଧୁ ତୁରୁକ ଙ୍କ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ ରେ ମୃତ୍ୟୁ ଘଟିଛି। ସିଏ ଅନେକ ଦିନ ଧରି ସିକ୍ଲିନ ବେମାର ରେ ପୀଡିତ ଥିବା ବେଳେ ସୋମ ବାର ଦିନ ତାଙ୍କର ଲିଭର ପ୍ରବଲମ ଦେଖା ଦେଇଥିଲା। ଏନେଇ ପରିବାର ଲୋକେ ତାଙ୍କୁ ମଙ୍ଗଳବାର ରାତ୍ର ରେ ଭୁବନେଶ୍ୱର  ଏମ୍ସ ରେ  ରାତିରେ ଭର୍ତି କରାଇଥିବା
ବେଳେ ବୁଧବାର ପାହାନ୍ତିଆରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ତାଙ୍କ ନିଜ ଗ୍ରାମ ଲକ୍ଷ୍ମୀପୁର ବ୍ଲକର ଖାଲକଣା ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ ହୋଇଛି।ଜଗବନ୍ଧୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ବଗଣ୍ଡା ହାଇସ୍କୁଲର ଜଣେ ନିୟମିତ ଶିକ୍ଷକ ଭାବେ ଚାକିରୀ କରୁଥିଲେ।
ମୃତ୍ୟୁ ଖବର ଶୁଣି ତାଙ୍କ ବିଦ୍ୟାଳୟର ସହକର୍ମୀ ଓ ଛାତ୍ର ଛାତ୍ରୀ ଙ୍କ ସମେତ ସାଙ୍ଗ,ସାଥୀ, ଆତ୍ମୀୟ ଓ ସମ୍ପର୍କୀୟ ଙ୍କ ମହଲରେ ଦୁଃଖ ପ୍ରକାଶ କରାଯାଇଛି।ଜଗବନ୍ଧୁଙ୍କ ପରିବାର ସଭିଏଁ ଅତି ଭଦ୍ର ଓ ମେଳାପୀ ଥିବା ବେଳେ ତାଙ୍କ ପିତା ଜଣେ ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ। ବର୍ତମାନ ଘରର ଏକ ମାତ୍ର ପୁଅ କୁ ହରାଇ  ଜଗବନ୍ଧୁଙ୍କ ପିତା ମାତା ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସାହି ପଡିସାଙ୍କ ସମେତ ବହୁ ସଂଖ୍ୟାରେ ଲକ୍ଷ୍ମୀପୁର ଓ ବନ୍ଧୁଗାଁ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ପହଞ୍ଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ